ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସପ୍ତମ ରାଉଣ୍ଡ ସୁଦ୍ଧା ୨୫ ହଜାର ୩୪୬ ଭୋଟ୍ରେ ଆଗୁଆ। ସପ୍ତମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୬,୦୮୮ ଭୋଟ୍। ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୦,୭୪୨ ଭୋଟ୍।
ତୃତୀୟ ସ୍ଥାନରେ ଘାସିରାମଙ୍କୁ ୯,୪୭୪ ଭୋଟ୍ ।

ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯାଇଛି। ଏକାସାଙ୍ଗେ ପୋଷ୍ଟାଲ୍ ବାଲାଟ୍ ଓ ଇଭିଏମ୍ ଗଣତି ଚାଲିଛି। ପ୍ରଥମ ରାଉଣ୍ଡ ଗଣତି ସରିଛି। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି ଏବଂ ଭୋଟ୍ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ୩୫୮ ଟି ବୁଥରେ ମତ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍ ଗଣତି ହେବ।












Click it and Unblock the Notifications