Odisha Assembly Elections ;ବିଜେଡି ବିରୋଧରେ ଚାର୍ଜସିଟ୍ ଆଣିଲା ବିଜେପି

ରାଜ୍ୟରେ ଆରମ୍ଭ ହୋଇଗଲାଣି ନିର୍ବାଚନୀ ମାହୋଲ୍ । ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିବାବେଳେ ଏପଟେ ବିଜେପି ଆଣିଛି ବିଜେଡି ବିରୋଧରେ ଚାର୍ଜସିଟ୍ । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳର ଅବ୍ୟବସ୍ଥା ନେଇ ଅଭିଯୋଗ କରିବା ସହ ଶାସକ ଦଳର ଦୋଷ ଦୁର୍ବଳତା ବଖାଣିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

bjp

ରାଜ୍ୟରେ ୨୫ ବର୍ଷ ଭିତରେ କ'ଣ କ'ଣ ସମସ୍ୟା ଦେଖାଦେଇଛି ତାହା କହିଛି ବିଜେପି । ରାଜ୍ୟରେ ହଜାର ହଜାର ପରିବାର ଚିଟଫଣ୍ଡର ଶିକାର ହେଲେ । ସେମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍ ଫଣ୍ଡ ଗଠନ ହେଲା , କମିଶନ ବି ବସିଲା କିନ୍ତୁ ଫଳ କିଛି ହେଲାନି ।

ଓଡିଶାରେ ୭୫ ବର୍ଷ ପରେ ସବୁଠୁ ଚିନ୍ତାଜନକ ବିଷୟକୁ ନିମନ୍ତ୍ରଣ କରିଛନ୍ତି ବିଜେଡି ସରକାର । ସେମାନଙ୍କ ମର୍ଯ୍ୟାଦା ରଖିପାରୁନାହାଁନ୍ତି ।

ଏ ସରକାର ଗାଁକୁ ସମ୍ମାନ ଦେଇନାହାଁନ୍ତି । ରାଜ୍ୟର ଅସ୍ମିତାକୁ କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ଏବେ ସାଧାରଣ ଲୋକଙ୍କ ମନରେ ଏହି ସରକାରଙ୍କ ବିରୋଧରେ ଅସନ୍ତୋଷ ବିସ୍ଫୋରଣ ହୋଇଛି । ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+