ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି; ନୂଆଖାଇ ସମୟରେ ନିର୍ବାଚନ ଥିବାରୁ କରିବ ବର୍ଜନ

ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି । ନୂଆଖାଇ ସମୟରେ ନିର୍ବାଚନ ହେଉଥିବାରୁ ବର୍ଜନ କରିବ । ପ୍ରେସମିଟରେ ବିଜେପି ବିଧାୟକ ନାଉରୀ ନାଏକଙ୍କ ସୂଚନା ।

୨୧ ରେ ହେବାକୁ ବାଚସ୍ପତି ନିର୍ଵାଚନ କୁ ବିଜେପି ବର୍ଜନ । ବିଜେପି ପଶ୍ଚିମ ଓଡିଶାର ଗଣପର୍ଵ ନୂଆଁଖାଇ ଦିନକ ପରେ କେମିତି ବାଚସ୍ପତି ନିର୍ଵାଚନ ହେବ । ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ନୂଆଁଖାଇ ପର୍ବ ପାଳନ୍ତି । ସରକାର କଣ ଜାଣି ନାହାନ୍ତି ଓଡିଶାରେ ଏତେ ବଡ ପର୍ବ ପାଳନ ହେଉଛି ।

BJP

ବିଜେପି କହିଛି ଏହା ସ୍ପଷ୍ଟ କରୁଛି ରାଜ୍ୟ ସରକାର ପଶ୍ଚିମ ଓଡିଶା ବିରୋଧି ବୋଲି । ପଶ୍ଚିମ ଓଡିଶାର ଟାଣୁଆ ବିଜେଡି ବିଧାୟକ ଓ ମନ୍ତ୍ରୀ ନୂଆଁଖାଇ ଥିବା ଜାଣିଥିଲେ ମଧ୍ୟ ସାହାସ କରିପାରୁ ନାହାନ୍ତି କହିବା ପାଇଁ । ସରକାର ପଶ୍ଚିମ ଓଡିଶାର ସଂସ୍କୃତି , ଗଣ ପର୍ବ ବିଷୟରେ ନଜାଣିବା ଏହା ଶୁଭଙ୍କର ନୁହେଁ ବୋଲି ବିଜେପି କହିଛି ।

ତେବେ କଂଗ୍ରେସ ଆଗରୁ ନୂଆଖାଇ ଥିବାରୁ ବାଚସ୍ପତି ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ପର୍ବ 'ନୂଆଁଖାଇ' ପାଳନ ହେବ । ସେହିପରି ସେପ୍ଟେମ୍ବର ୨୧ ତାରିଖରେ 'ନୂଆଖାଇ ଭେଟଘାଟ' ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ବିବୃତିରେ କହିଛନ୍ତି । ସମଗ୍ର ପଶ୍ଚିମ ଓଡିଶାରେ ଲୋକମାନେ ଏହି ପର୍ବକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରନ୍ତି ଏବଂ ମା' ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ କରିବା ପରେ ପ୍ରସାଦ ସେବନ କରନ୍ତି ବୋଲି ସେ କହିଛନ୍ତି ।

ନୂଆଖାଇ ବାସୀ ଦିନ ନିର୍ବାଚନ ରଖାଯାଇଥିବାରୁ ନରସିଂହ ମିଶ୍ର କହିଥିଲେ ନିର୍ବାଚନରେ କଂଗ୍ରେସର କୌଣସି ବିଧାୟକ ଅଂଶଗ୍ରହଣ କରିବେ ନାହିଁ । ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ । ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥାଏ । ହେଲେ ଦୁର୍ଭାଗ୍ୟର କଥା ହେଉଛି ରାଜ୍ୟ ସରକାର ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ବିଧାନସଭା ଡାକିଛନ୍ତି । ଏହାକୁ ପ୍ରତିବାଦ କଲେ ମଧ୍ୟ ସରକାର ଶୁଣୁନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+