For Quick Alerts
Turn On Notification  
For Daily Alerts
Oneindia App Download

ଘରୋଇ ଚ୍ୟାନେଲର ସାମ୍ଵାଦିକଙ୍କୁ ଆକ୍ରମଣ : ୨ ଗିରଫ, ବିଭିନ୍ନ ମହଲରେ ନିନ୍ଦା

ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କୁ ଆକ୍ରମଣ ମାମଲାରେ ନୟାଗଡ଼ ସଦର ଥାନା ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି | ଦୁଇ ଅଭିଯୁକ୍ତ ହେଉଛନ୍ତି ଦୀପକ ଦଳବେହେରା ଓ ବାଦଲ ରାଉତ |

|

ଭୁବନେଶ୍ୱର : ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କୁ ଆକ୍ରମଣ ମାମଲାରେ ନୟାଗଡ଼ ସଦର ଥାନା ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି | ଦୁଇ ଅଭିଯୁକ୍ତ ହେଉଛନ୍ତି ଦୀପକ ଦଳବେହେରା ଓ ବାଦଲ ରାଉତ | ମୁଖ୍ୟ ଅଭିଯୁକ୍ତ ଯତୀନ ମହାନ୍ତିଙ୍କୁ ଗିରଫ କରାଯାଇପାରିନାହିଁ | ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ବିଜେପି ନେତ୍ରୀ ଇରାନୀ ରୟଙ୍କୁ ଗିରଫ କରିବାକୁ ଦାବି ହୋଇଛି |

Reporte-Attack-Nayagarh

ଗଣମାଧ୍ୟମ ଉପରେ ବିଜେପିର ଏପରି ଆକ୍ରୋଶମୂଳକ ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି | ଓଡ଼ିଶାର ବରିଷ୍ଠ ସାମ୍ବାଦିକଙ୍କ ସମେତ, ବିଜେଡ଼ି ମୁଖପାତ୍ର ଡ଼ ସସ୍ମିତ ପାତ୍ର, ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ନିନ୍ଦା କରିଛନ୍ତି |

ସୂଚନାଯୋଗ୍ୟ, ଗତକାଲି ବିଜେପି ପଦଯାତ୍ରା ଖବର ସଂଗ୍ରହ ବେଳେ ନନ୍ଦିଘୋଷ ଚିଭି ଚ୍ୟାନେଲର ସାମ୍ବାଦିକ ଅନୁଜ ଦାସ ଏବଂ ଭିଡ଼ିଓ ସାମ୍ବାଦିକ ବିଷ୍ୱୁ ତାସିଆଙ୍କ ଉପରେ ବିଜେପି କର୍ମୀ ଆକ୍ରମଣ କରିଥିଲେ | ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଥିଲା | ଏଥିରେ ଗୁରୁତର ହୋଇ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଏହି ପଦଯାତ୍ରା ବେଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ପରି ବରିଷ୍ଠ ନେତାଙ୍କ ଉପସ୍ଥିତ ଥିଲେ | ବିଜେପିର ଏଭଳି ହୀନ ମାନସିକତାକୁ ଚାରିଆଡୁ ନିନ୍ଦା କରାଯାଇଛି | ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ବରିଷ୍ଠ ସାମ୍ବାଦିକ ମାନେ କହିଛନ୍ତି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJP worker attacked on TV channel reporter and camera man during Jadupur coverage in Nayagarh. Two people arrested by Police.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X