Get Updates
Get notified of breaking news, exclusive insights, and must-see stories!

ବିଜେପି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ରାଜ୍ୟସଭା ଯିବେ ମନମୋହନ ସାମଲ, ସୁଜିତ୍

ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି ବିଜେପି ତରଫରୁ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେପିର ସଭାପତି ଥିବା ମନମୋହନ ସାମଲଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଥିବା ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏହି ଦୁଇ ନାମ ବିଜେପି କେନ୍ଦ୍ରୀୟ କମିଟି ତରଫରୁ ଘୋଷଣା କରାଯାଇଛି ।

BJP announces names o

ଏହି ଘୋଷଣା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୁଜିତ କୁମାର ପହଂଚିଛନ୍ତି । ଦଳୀୟ କର୍ମୀ ଓ ନେତାମାନେ ସୁଜିତ୍ କୁମାରଙ୍କୁ ମିଠା ଖୁଆଇ ଖୁସି ମନାଇଛନ୍ତି । ନାମ ଘୋଷଣା ହେବା ପରେ ସୁଜିତ କୁମାର ଖୁସି ବ୍ୟକ୍ତ କରିବା ସହ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସଂଖ୍ୟା ଗଣିତକୁ ହିସାବ କଲେ ବିଜେପି ଭୋଟରେ ଏହି ଦୁଇଜଣଙ୍କ ବିଜୟ ସୁନିଶ୍ଚିତ ହେଉଥିବା ବେଳେ ବିଜେପି ତୃତୀୟ ପ୍ରାର୍ଥୀ ଦେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ବିଜେଡି ତରଫରୁ କମନ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରିବାକୁ ନେଇ ବିଜେଡି ଭିତରେ ବିଦ୍ରୋହ ଦେଖିବାକୁ ମିଳିଛି । ଏହାସହ ଦତ୍ତେଶ୍ୱରଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି କହିଥିବା ବେଳେ ଆଜି ବୈଠକରେ କଂଗ୍ରେସର ସମସ୍ତ ବିଧାୟକ ଯୋଗ ନଦେବା ଦତ୍ତେଶ୍ୱରଙ୍କ ବିଜୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+