୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି,ଜାଣନ୍ତୁ କେଉଁ ଜିଲ୍ଲାର କିଏ ହେଲେ ମୁଖିଆ?
ଭୁବନେଶ୍ବର: ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (BJP)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ପୂର୍ବରୁ ୧୬ରୁ ଅଧିକ ଜିଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିଲା ବେଳେ ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା ସହ ଫିଟିଛି ରାଜ୍ୟ ସଭାପତି ର୍ନିବାଚନ ପାଇଁ ବାଟ । ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଗ୍ରାଉଣ୍ଡରେ ପହଞ୍ଚାଇବା ଏବଂ ସଂଗଠନ ଓ ସରକାର ମଧ୍ୟରେ ସମନ୍ଵୟ ରକ୍ଷା କରି ଦଳକୁ ଆଗକୁ ବଢ଼ାଇବା ସହିତ ପଞ୍ଚାୟତ ଦଖଲ ନୂଆ ସଭାପତିମାନଙ୍କ ଗୁରୁ ଦାୟିତ୍ବ ହେବ ବୋଲି ଦଳ କହିଛି ।
ଦଳ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କୁ ସଭାପତି ଭାବେ ନାମ ଘୋଷଣା କରିଛି। ସେହିପରି ଝାରସୁଗୁଡ଼ା ପାଇଁ ରଘୁନନ୍ଦନ ପଣ୍ଡା, କନ୍ଧମାଳ ପାଇଁ ପଣ୍ଡିତ କୁମାର ବିସ୍ମାଝୀ, ଖୋର୍ଦ୍ଧା ପାଇଁ ବିଶ୍ବରଞ୍ଜନ ବଡ଼ଜେନା, କୋରାପୁଟ ପାଇଁ ଶିବ ମୁଦୁଲି ଓ ନୟାଗଡ଼ ପାଇଁ ତାପସ ରଞ୍ଜନ ମାର୍ଥାଙ୍କୁ ବିଜେପି ଜିଲ୍ଲା ସଭାପତି କରିଛି।

ବିଜେପି ପୂର୍ବରୁ ଗଞ୍ଜାମରେ ସରୋଜ ସାବତ, ବାଲାଙ୍ଗୀରରେ ଶ୍ରୀବତ୍ସ ବେହେରା, ପୁରୀରେ ଦେବେନ୍ଦ୍ର ତରାଇ, ସୁନ୍ଦରଗଡ଼ରେ ଗିରିଶ ସାହୁ, ଢେଙ୍କାନାଳରେ ରାହାସ ବିହାରୀ ବେହେରା, କେନ୍ଦ୍ରାପଡ଼ାରେ ଶଶାଙ୍କ ଶେଖର ସେଠୀ, ବାଲେଶ୍ୱରରେ ଈଶ୍ୱର ଚନ୍ଦ୍ର ବେହେରା, କଟକ ନଗରରେ ସୁକାନ୍ତ ବିଶ୍ୱାଳ, କଳାହାଣ୍ଡିରେ ଯୁଗଳ ପୋଢ଼, ମୟୂରଭଂଗରେ ଜୁରିଲାଲ ମହନ୍ତ ଓ ଦେବଗଡ଼ରେ ଅରୁଣ କୁମାର ସାହୁଙ୍କୁ ଜିଲ୍ଲା ସଭାପତି କରିଥିଲା।












Click it and Unblock the Notifications