ବିଭିନ୍ନ ଜିଲ୍ଲା ପାଇଁ ଜିଲ୍ଲା ସଭାପତି ଘୋଷଣା କଲା ବିଜେପି, ଜାଣନ୍ତୁ କିଏ ହେଲା କେଉଁଠି ?

ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । କଟକ ଜିଲ୍ଲା ବିଜେପି ସଭାପତି ହେଲେ ସୁକାନ୍ତ ବିଶ୍ୱାଳ । ଦେବେନ୍ଦ୍ର ନାଥ ତରାଇ ହେଲେ ପୁରୀ ଜିଲ୍ଲା ବିଜେପି ସଭାପତି । ରାହାସ ବିହାରୀ ବେହେରା ହେଲେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ହେଲେ ସରୋଜ ସାବତ । ଶ୍ରୀବତ୍ସ ବେହେରା ହେଲେ ବଲାଙ୍ଗିର ଜିଲ୍ଲା ସଭାପତି ।

bjp

ଘୋଷଣା ହେଉଛି ବିଜେପିର ଜିଲ୍ଲା ସଭାପତିଙ୍କ ନାଁ । ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରୁଛି ଦଳ । ଆଉ ଗଞ୍ଜାମ ଜିଲ୍ଲା ସଭାପତି ହୋଇଛନ୍ତି ସରୋଜ ସାବତ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛି ପାର୍ଟି । ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି ନିର୍ଦ୍ଧେଶ ।

ତେବେ ଗୋଟିଏ ପର୍ଯ୍ୟାୟରେ ସବୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରୁନି । ଦୁଇଟି ପର୍ଯ୍ୟାୟରେ ନାଁ ଘୋଷଣା ହୋଇପାରେ । ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲ୍ଲାର ଜିଲ୍ଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+