ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନାମାଙ୍କନ ପ୍ରକ୍ରିୟ ମଧ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଭାଜପା ପକ୍ଷରୁ ରବିବାର ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ଗୌତମ ସାମନ୍ତରାୟଙ୍କୁ ଏଠାରୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେଡି ଏବଂ କଂଗ୍ରେସ ଏଠାରୁ ପ୍ରାର୍ଥୀ ଘେଷଣା କରିସାରିଛି। ବିଜେଡି ଇନ୍ଦିରା ନନ୍ଦଙ୍କୁ ଟିକେଟ୍ ଦେଇଥିବାବେଳେ କଂଗ୍ରେସ ତାରା ବାହିନୀପତିଙ୍କୁ ଟିକେଟ୍ ଦେଇଛି।
୨୦୧୯ ସାଧାରଣ ନିର୍ବାଚନରେ ୩୩, ୮୦୫ ଖଣ୍ଡ ଭୋଟ ପାଇ ତିନି ନମ୍ବର ସ୍ଥାନରେ ଥିଲେ ଗୌତମ । ପୁଣିଥରେ ଦଳ ତାଙ୍କୁ ଟିକେଟ ଦେଇଛି । ଜୟପୁର ଆସନ ଘୋଷଣା ପରେ ବିଧାନସଭା ଲାଗି ବର୍ତ୍ତମାନ ବିଜେପି ଆଉ ୧୫ଟି ସିଟ ଲାଗି ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେବେ ପ୍ରଥମ ପର୍ଯ୍ୟାୟ ଲାଗି ସମସ୍ତ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି ।












Click it and Unblock the Notifications