୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନିରାଶ ହେଲେ ଅନୁଭବ ମହାନ୍ତି
BJP Candidate List 2024: ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଘଷିପୁରା-ଶମ୍ଭୂନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ତାରୀପୋଖରୀ ସୁଧାୟଶୁ ନାୟକ, ବରୀରୁ ଉମେଷ ଜେନା, ବାରବାଟୀ କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆରୁ ପ୍ରକାଶ ରଣବଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ସୂଚନାଥାଉ ଯେ, ଆଜିକୁ ମିଶାଇ ବିଜେପି ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି । ହେଲେ ଏଥର ଚର୍ଚ୍ଚାରେ ଥିବା ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ନାୟକଙ୍କୁ ଦଳ ପକ୍ଷରୁ ଟିକେଟ୍ ମିଳିନାହିଁ । ଅଭିନେତା ଅନୁଭବ ମହାନ୍ତିଙ୍କୁ କଟକ ବାରବାଟୀ ଆସନରୁ ଟିକେଟ୍ ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳ ଏହି ଆସନ ପାଇଁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ।
ସେହିପରି ବିଜେଡିରୁ ଟିକେଟ୍ ପାଇଁ ବରୀ ଆସନରୁ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଦେବାଶିଷ ନାୟକଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇ ନାହିଁ । ସେ ୨୦୦୦, ୨୦୦୪, ୨୦୦୯, ଏବଂ ୨୦୧୪ରେ ସେ ବରୀରୁ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୯ ମସିହାରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା ।












Click it and Unblock the Notifications