ଓଡ଼ିଶାରେ ପହଞ୍ଚିଛି ବିଜୁ ବାବୁଙ୍କ ଡାକୋଟା ବିମାନ
ଓଡ଼ିଶାରେ ପହଞ୍ଚିଛି ବିଜୁ ବାବୁଙ୍କ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରେଲରରେ ବୋଝୋଇ ହୋଇ ଆଜି ସକାଳୁ ଡାକୋଟା ବିମାନ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ପହଞ୍ଚିଥିଲା । ମାର୍ଚ୍ଚ ୫ ତାରିଖରେ ଏହାର ଲୋକାର୍ପଣ କରାଯିବାର ସୂଚନା ରହିଛି ।
ଭୁବନେଶ୍ୱର: ଶେଷରେ ଓଡ଼ିଶାରେ ପହଞ୍ଚିଛି ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରେଲରରେ ବୋଝୋଇ ହୋଇ ଆଜି ସକାଳୁ ଡାକୋଟା ବିମାନ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ପହଞ୍ଚିଥିଲା । ଗତକାଲି ପ୍ରାୟ ରାତି ୧୦ଟାରୁ କୋଲକାତାରୁ ଓଡ଼ିଶା ଅଭିମୁଖେ ବାହାରିଥିଲା ଡାକୋଟା ବିମାନ । ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବୋଲି ସୂଚନା ରହିଛି । ରିପୋର୍ଟ ଅନୁସାରେ କୋଲକତାର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦେଇଥିଲା ।













Click it and Unblock the Notifications