ବିଜୁଙ୍କୁ ଛାଡ଼ି ବିଜେଡିର ପରିକଳ୍ପନା ସମ୍ଭବ ନୁହେଁ: ଭୂପିନ୍ଦର
ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ ବିଜେଡି ବିରୋଧରେ ବିଷୋଦଗାର କରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆମେ ଏବେ ଧୈର୍ଯ୍ୟର ସହ କାମ କରୁଛୁ। କିନ୍ତୁ ଧୈର୍ଯ୍ୟର ସୀମା ଟପିଗଲେ ଆମେ ଚିନ୍ତା କରିବୁ। ଦଳରେ ବରିଷ୍ଠମାନଙ୍କୁ ଅଣଦେଖା କରାଯାଉଛି। ସେମାନଙ୍କୁ କୌଣସି କମିଟିରେ ରଖାଯାଉନି। ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ରଖାଗଲା ନାହିଁ। ଯେଉଁମାନେ ବିଜୁ ଜନତା ଦଳ ଗଢ଼ିଥିଲେ ସେମାନେ ଆଜି ଦଳରେ ନାହାନ୍ତି। ଯେବେଠୁ ବିଜୁ ବାବୁଙ୍କ ଫଟୋକୁ ହଟାଗଲା ସେବେଠୁ ବିଜେଡିର ଅଧୋପତନ ଆରମ୍ଭ ହେଲା। ତେଣେ ବିଜେଡିର ବିକଳ୍ପ ଭାବେ କୌଣସି ନୂଆ ଆଞ୍ଚଳିକ ରାଜନୈତିକ ଦଳ ବିଷୟରେ ଚିନ୍ତା କରାଯାଇନାହିଁ।

ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି। ଯେଉଁ ବିଜୁ ବାବୁଙ୍କ ଆଦର୍ଶରେ ଦଳ ଗଢ଼ାଯାଇଥିଲା, ଆଉ ସେହି ଆଦର୍ଶ ନାହିଁ। ଦଳରେ କେହି ବିଜୁ ଲୟାଲିଷ୍ଟ ନାହାନ୍ତି କି ନବୀନଙ୍କ ଲୟାଲିଷ୍ଟ ନାହାନ୍ତି। କିଛି ହାରୁ ନେତା ଏବେ ଦଳକୁ ଚଳାଉଛନ୍ତି। ସେମାନେ ଭାବୁଛନ୍ତି, ପୁଣି ବିଜେଡି ଶାସନ କ୍ଷମତାକୁ ଆସିବ। ଯେଉଁମାନେ ବିଜୁ ବାବୁଙ୍କ ଅନୁଗାମୀ ଥିଲେ ସୋନେ ଆଜି ବିଜେଡିରେ ନାହାନ୍ତି। ବିଜେଡିକୁ ଏବେ ବ୍ୟୁରୋକ୍ରାଟମାନେ ଚଳାଉଥିବା କଥା ସମସ୍ତଙ୍କୁ ଜଣା। ଆଜି ଦଳୀୟ ପଦ ଛାଡ଼ିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି।












Click it and Unblock the Notifications