ବିଜେଡିର ନୂଆ ରଣନୀତି; ୨୭ ରେ ଶଙ୍ଖ ଭବନରେ ବସିବ ବଡ ବୈଠକ
ବିଜେଡିର ବସିବାକୁ ଯାଉଛି ବଡ଼ ବୈଠକ। ଅଧ୍ୟକ୍ଷତା କରିବେ ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ୨୭ ତାରିଖ ଶୁକବ୍ରାର ଶଙ୍ଖ ଭବନରେ ଏକାଠି ହେବେ ବିଜେଡିର ସବୁ ବରିଷ୍ଠ ନେତା ଓ ଜିଲା ସଭାପତି। ଆଗାମୀ ରଣନୀତି ନେଇ ହେବ ବିସ୍ତୃତ ଆଲୋଚନା। ନିର୍ବାଚନ ପରାଜୟର କାରଣ ଖୋଜିବା ସହ ଦଳକୁ କିପରି ପୂର୍ବପରି ସୁଦୃଢ କରିହେବ ସେନେଇ ଆଲୋଚନା ହେବ।

ତେବେ ଦଳରେ ଅନ୍ତ କନ୍ଦଳ ବଢୁଥିବାରୁ ଦଳକୁ କିପରି ସୁଦୃଢ କରାଯିବ ଏନେଇ ଅଣ୍ଟା କଷିଛନ୍ତି ନବୀନ ପଟ୍ଟନାୟକ। ଏଥିପାଇଁ ନଭେମ୍ବର ୨୭ରୁ ଜିଲାକୁ ଜିଲା ଗସ୍ତ କରିବେ ନବୀନ। ପ୍ରତି ଜିଲାକୁ ଯାଇ ଦଳୀୟ କର୍ମୀ ଓ ନେତାଙ୍କୁ ଭେଟି ଦଳର ପରାଜୟର କାରଣ ଖୋଜିବା ଏଥିଲାଗି କେଉଁ ରଣନୀତି ପ୍ରସ୍ତୁତ ହେବ ତା' ଉପରେ ଆଲୋଚନା କରିବେ।












Click it and Unblock the Notifications