ବିଜେଡିର ଭବିଷ୍ୟତ ଅନ୍ଧାର, ଏମିତି କିଛି କହି ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ

ବିଜେଡି କନ୍ଦଳକୁ ନେଇ ବଡ଼ ବୟାନ ଦେଲେ ଯୋଗାଣ ମନ୍ତ୍ରୀ । ବିଜେଡି ଭବିଷ୍ୟତ ଅନ୍ଧାର, ନେତୃତ୍ବ ଅଭାବ କହିଲେ ମନ୍ତ୍ରୀ କୃଷ୍ଣ ପାତ୍ର । ବିଜେଡିରେ ଲିଡରସିପ୍ କ୍ରାଇସିସ୍, ନବୀଙ୍କ ଉପରେ କାହାର ଭରସା ନାହିଁ। ଦଳକୁ ପଛରେ ରହି ଚଲାଉଥିବା ଡାଇରେକ୍ଟର ପାର୍ଟି ।

krushna para
ଓଡ଼ିଶାକୁ ଲୁଟ୍ କରି ପଳାଇବେ, ଏହା ସମ୍ଭବ ନୁହେଁ । ଆଜି ଆକ୍ସନ ନିଆଯାଇନି, କାଲି ଆକ୍ସନ ନିଆଯିବ ।ପାଣ୍ଡିଆନ ଆକ୍ସନ ଭୟରେ ବିପଦ ଅନୁଭବ କଲେଣି ତେଣୁ ସେ ଭାରତ ଛାଡ଼ିବା ଉଦ୍ଦେଶ୍ୟରେ ଅଛନ୍ତି । ସେଥିପାଇଁ ବିଜେଡିରେ ଲିଡରସିପ୍‌ କ୍ରାଇସିସ ଦେଖାଦେଲାଣି । ତାଙ୍କ ଦଳରେ ହେଉଥିବା ଖେଳ ବାବଦରେ ବଦ୍ରି ପାତ୍ର ଓ ପ୍ରଫୁଲ୍ଲ ସାମଲଙ୍କ ଭଳି ବରିଷ୍ଠ ନେତା ମାନେ କହି ସାରିଲେଣି । ଆଗାମୀ ଦିନରେ ଅନେକ କିଛି ହେବ, ଅପେକ୍ଷା କରନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି,ନବୀନଙ୍କ ନେତୃତ୍ୱ ଉପରେ ଆଉ କାହାର ଭରସା ନାହିଁ । ବୟସାଧିକ କାରଣରୁ ନବୀନ କୁଆଡେ ଯାଇ ପାରୁନାହାନ୍ତି । ନିର୍ବାଚନ ସମୟରେ ବି ନବୀନ କୁଆଡେ ଗଲେ ନାହିଁ । ସବୁ ଆଡ଼କୁ ପାଣ୍ଡିଆନକୁ ପଠାଉଥିଲେ,ନିର୍ବାଚନ ସମୟରେ ପାଣ୍ଡିଆନ ହେଲିକପ୍ଟର ଧରି ସାରା ରାଜ୍ୟ ବୁଲୁଥିଲେ । ମନ୍ତ୍ରୀ, ବିଧାୟକ ମାନଙ୍କୁ ମଧ୍ୟ ମଞ୍ଚ ଉପରେ ବସିବାକୁ ଦେଉନଥିଲେ ପାଣ୍ଡିଆନ । ଏକୁଟିଆ ମଞ୍ଚ ଉପର ରହି ତାମିଲନାଡୁ ଷ୍ଟାଇଲରେ ଭାଷଣ ଦେଉଥିଲେ ।

ବିଜେଡ଼ି ଜିତିଲା ପରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପାଣ୍ଡିଆନ ଲକ୍ଷ୍ୟ ରଖିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖିଥିଲେ ପାଣ୍ଡିଆନ କିନ୍ତୁ ଓଡ଼ିଶା ମାଟିକୁ ପାଣ୍ଡିଆନ ଜାଣିପାରିଲା ନାହିଁ । ଓଡ଼ିଶା ଲୋକ ବିଜ୍ଞତାର ପରିଚୟ ଦେଲେ କାରଣ ଓଡ଼ିଶାକୁ କେହି ଲୁଟ କରି ପଳାଇବ, ଏହା କେବେ ଚଳିବ ନାହିଁ । ଆଜି ଆକ୍ସନ ନିଆଯାଇନାହିଁ, କାଲି ଆକ୍ସନ ନିଆଯିବ, କାହାକୁ ଛଡାଯିବ ନାହିଁ । ଓଡ଼ିଶାକୁ ଯିଏ ବି ଲୁଟିବାକୁ ଚେଷ୍ଟା କରିବ, ତାକୁ ଛଡାଯିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+