ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା: ଫରେନସିକ୍ ଯାଞ୍ଚ ପାଇଁ ଗଲା ଘଣ୍ଟା ଓ ସିସିଟିଭିର ହାର୍ଡଡିସ୍କ
ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା: ଘଣ୍ଟା ଓ ସିସିଟିଭିର ହାର୍ଡଡିସ୍କ ଫରେନସିକ୍ ଯାଞ୍ଚ ପାଇଁ ଗଲା
ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ମାମଲା । ଧର୍ମେନ୍ଦ୍ର ସାହୁଙ୍କ ଘଣ୍ଟା ଓ ସିସିଟିଭି ହାର୍ଡଡିସ୍କକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଘରର ସମସ୍ତ ସିସିଟିଭି ଧର୍ମେନ୍ଦ୍ରଙ୍କ ଘଣ୍ଟା ସହ ଲିଙ୍କ ଥିଲା । ଗତକାଲି ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା । ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ । ଘରୁ ଅନେକ ଥର ସେ ଲକ୍ଷାଧିକ ଟଙ୍କା ନେଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ଦୋଳଦେବୀ ଛକରେ ନିମାପଡ଼ା ବିଜେପି ଶାଖା ପକ୍ଷରୁ ରାସ୍ତାରୋକ ହୋଇଛି ।
ସୂଚନାଥାଉ କି, ଭୁବନେଶ୍ୱର ଶିଶୁପାଳ ସ୍ଥିତ ବାସଭବନରୁ ଶନିବାର ଦିନ ସକାଳୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ର ସାହୁଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକରେ ଲେଖିଥିବା ତଥ୍ୟକୁ ନେଇ ସସପେନ୍ସ ଲାଗି ରହିଛି ଯେଉଁଥିରେ ସେ ଲେଖିଥିଲେ ଯେ' ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ' । ତେବେ ଏ ପର୍ଯ୍ୟନ୍ତ ମୋବାଇଲରେ ରହିଥିବା ଭିଡିଓ ବିଷୟରେ କିଛି ସୂଚନା ମିଳିନାହିଁ । ଗତକାଲି ଧର୍ମେନ୍ଦ୍ର ସାହୁଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଥିଲା ।












Click it and Unblock the Notifications