ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା: ପରିବାର ସଦସ୍ୟ ଓ ପଡୋଶୀଙ୍କୁ ପୋଲିସର ପଚରାଉଚରା
ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା: ପରିବାର ସଦସ୍ୟ ଓ ପଡୋଶୀଙ୍କୁ ପୋଲିସର ପଚରାଉଚରା
ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ମାମଲା । ଧର୍ମେନ୍ଦ୍ର ସାହୁଙ୍କ ଘରେ ପହଁଚିଲା ପୋଲିସ । ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ ସ୍ଥିତ ଘରେ କମିଶନରେଟ୍ ପୋଲିସର ପଚରାଉଚରା । ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଧର୍ମେନ୍ଦ୍ର ପତ୍ନୀ, ପରିବାର ସଦସ୍ୟ ଓ କିଛି ପଡୋଶୀଙ୍କୁ ଆଜି ପଚରାଉଚରା କରିଛି ପୋଲିସ । ଶୁଦ୍ଧିକ୍ରିୟା ସରିବା ପରେ ଅଧିକ ତଥ୍ୟ ପାଇଁ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି । ବିଶେଷ କରି ସାମ୍ବାଦିକ ଅକ୍ଷୟ ନାୟକଙ୍କ ବୟାନକୁ ନେଇ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରୁଛି ।

ସୂଚନାଥାଉ କି, ଭୁବନେଶ୍ୱର ଶିଶୁପାଳ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ର ସାହୁଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକରେ ଲେଖିଥିବା ତଥ୍ୟକୁ ନେଇ ସସପେନ୍ସ ଆଜି ପର୍ଯ୍ୟନ୍ତ ଲାଗି ରହିଛି । ସେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ଯେ' ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ' । ତେବେ ଏ ପର୍ଯ୍ୟନ୍ତ ମୋବାଇଲରେ ରହିଥିବା ଭିଡିଓ ବିଷୟରେ କିଛି ସୂଚନା ମିଳିନାହିଁ । ଧର୍ମେନ୍ଦ୍ର ସାହୁଙ୍କ ଘଣ୍ଟା ଓ ସିସିଟିଭି ହାର୍ଡଡିସ୍କକୁ ଫରେନସିକ୍ ଯାଞ୍ଚ ପାଇଁ ମଧ୍ୟ ପଠାଯାଇଥିଲା । ଆଜି ପୋଲିସ ଅଧିକ ସୂଚନା ପାଇଁ ପୁଣି ଥର ଧର୍ମେନ୍ଦ୍ର ସାହୁଙ୍କ ଘରେ ପହଁଚି ପଚରାଚରା ଆରମ୍ଭ କରିଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ମଧ୍ୟ ପଚରାଉଚରା ସରିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଥିଲା ।












Click it and Unblock the Notifications