ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା:ଡିସିପି ଅଫିସ୍ ଘେରିଲା ବିଜେପି
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ବିଜେପିର ଜୋରଦାର ବିକ୍ଷୋଭ। ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଜୋରଦାର ବିକ୍ଷୋଭ କରିଛି । ବିଜେପି ପକ୍ଷରୁ ଭୁବନେଶ୍ୱର ଡିସିପି ଅଫିସ ଘେରାଉ କରାଯାଇଛି ।
ଭୁବନେଶ୍ୱର: ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ବିଜେପିର ଜୋରଦାର ବିକ୍ଷୋଭ। ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଜୋରଦାର ବିକ୍ଷୋଭ କରିଛି । ବିଜେପି ପକ୍ଷରୁ ଭୁବନେଶ୍ୱର ଡିସିପି ଅଫିସ ଘେରାଉ କରାଯାଇଛି । ବିଜେପିର କର୍ମୀ ଓ ତୁଙ୍ଗ ନେତାମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପୋଲିସର ତଦନ୍ତକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି

ଯଦି ପୋଲିସର ଏପରି ନିଷ୍କ୍ରିୟତା ଲାଗି ରହେ ତେବେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉନାହିଁ ବୋଲି ବିଜେପି ପ୍ରଶ୍ନ କରିଛି । ଯଦି ତଦନ୍ତ ଠିକ ଭାବରେ କରା ନଯାଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତୀବନୀ ଦେଇଛନ୍ତି ।
ଆତ୍ମହତ୍ୟା ପୂର୍ବରୁ ୧୫ ଜଣଙ୍କ ସହ କଥା ହୋଇଥିଲେ ଧର୍ମେନ୍ଦ୍ର । ସିଡ଼ିଆର ଯାଞ୍ଚ ବେଳେ ପୋଲିସ ଏହି ତଥ୍ୟ ପାଇଛି । ଆତ୍ମହତ୍ୟା ପୂର୍ବରୁ ଯେଉଁମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ ସମସ୍ତଙ୍କୁ ପଚରାଉଚରା କରିବ ପୋଲିସ ।
ଅନ୍ୟପଟେ ନିଜର ମାନସିକ ଭାରସାମ୍ୟ ହରାଇ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ସେପଟେ ଜବତ ହୋଇଥିବା ମୋବାଇଲ, ଘଣ୍ଟା ଓ ହାର୍ଡଡିସ୍କର ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ମାତ୍ର ଆତ୍ମହତ୍ୟାର ପ୍ରକୃତ କାରଣ କଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications