Get Updates
Get notified of breaking news, exclusive insights, and must-see stories!

ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ଫେସବୁକ୍ ପୋଷ୍ଟକୁ ନେଇ ବଢିଛି ସସପେନ୍ସ

ବିଜେଡି ଜିଲ୍ଲା ପରିଷଦ ସଭ୍ୟକ ଆତ୍ମହତ୍ୟା, ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକରେ ଏପରି କିଛି କରିଥିଲେ ପୋଷ୍ଟ

ପୁରୀ: ନିମାପଡ଼ା ୧୧ ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କର ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଶିଶୁପାଳ ସ୍ଥିତ ବାସଭବନରୁ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକରେ ଲେଖିଥିବା ତଥ୍ୟକୁ ନେଇ ସସପେନ୍ସ ଲାଗି ରହିଛି । ଯେଉଁଥିରେ ସେ ଲେଖିଛନ୍ତି ଯେ' ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ' । ତେବେ ଏ ପର୍ଯ୍ୟନ୍ତ ମୋବାଇଲରେ ରହିଥିବା ଭିଡିଓ ବିଷୟରେ କିଛି ସୂଚନା ମିଳିନାହିଁ ।

BJD Zilla Parishad Member

ସୂଚନା ଅନୁସାରେ, ଗତକିଛି ଦିନ ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସେପଟେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପାରିବାରିକ କଳହରୁ ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଧର୍ମେନ୍ଦ୍ର ସାହୁଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ ଖଣ୍ତିଆକୁଦ ଗାଁରେ । ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ସେ ଗତ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ । ଯାହାପରେ ସେ ବିଜେଡି ଟିକେଟରେ ନିମାପଡ଼ା ଜିଲ୍ଲା ପରିଷଦ ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ନିଜ ପରିବାର ସହ ରହୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+