ଶିମିଳିପାଳ ନିଆଁ ଲିଭାଉଛନ୍ତି ବିଜେଡି ଯୁବ ଓ ଛାତ୍ର ନେତା
ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ସେପଟେ ‘ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ କରିଛି ବିଜେଡି ।
ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ସେପଟେ 'ବିଜେଡି ଆଟ୍ ଶିମିଳିପାଳ' ଅଭିଯାନ ଆରମ୍ଭ କରିଛି ବିଜେଡି ।
ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶୀପୁର ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀସ୍ତରୀୟ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ପୃଥକ ପୃଥକ ଭାବେ ଶିମିଳିପାଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜେ ଯଶିପୁରରେ ସାମିଲ ହେବେ ବୋଲି ଜଣାପଡିଛି। ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇଙ୍କ ତତ୍ତ୍ୱାବଧାନରେ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନ ବିଭିନ୍ନ ରେଞ୍ଜର ନିଆଁ ଲାଗିଥିବା ଅଞ୍ଚଳକୁ ପୃଥକ ଦଳ ଭାଗ ଭାଗ ହୋଇ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି।

ସେହିପରି ମହିଳା ବିଜେଡି ପକ୍ଷରୁ ବୀଣାପାଣି ସାହୁ, ଦ୍ରୌପଦୀ ସାହୁ, ପ୍ରଭାତି ପୃଷ୍ଟି, ସବିତା ବେହେରାଙ୍କ ନେତୃତ୍ୱରେ ଶିମିଳିପାଳ ସଂଲଗ୍ନ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି












Click it and Unblock the Notifications