NDA ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନାହିଁ, କହିଲେ ମହେଶ ସାହୁ

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜୁ ଜନତା ଦଳ । ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ । ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଆଜି ଏଭଳି କିଛି ବଡ଼ ବୟାନ ରଖିଛନ୍ତି ବିଜେଡି ନେତା ମହେଶ ସାହୁ । ସେ କହିଛନ୍ତି ଯେ, ଏନଡିଏ ଯେଉଁ ପ୍ରାର୍ଥୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ତାକୁ ସମର୍ଥନ କରିଥିଲୁ । ହେଲେ ଏବେ ସେ ପରିସ୍ଥିତି ନାହିଁ । ତେଣୁ ସମ୍ପୂର୍ଣ୍ଣ ବିରୋଧ ହେବ ।

Mahesh Sahu

ସୂଚନାଯୋଗ୍ୟ ଯେ, ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ । ଏଥିପାଇଁ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛି । ଉଭୟ ଇଣ୍ଡି ମେଣ୍ଟ ଏବଂ ଏନଡିଏ ମେଣ୍ଟ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ହେଲେ ଏହା ପୂର୍ବରୁ କିନ୍ତୁ ବିଜେଡି ନେତା ଦେଇଛନ୍ତି ବଡ଼ ବୟାନ ।

ଉପରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହେବା ଦିନଠୁ, କଥା ଉଠିଥିଲା ଯେ ବିଜେଡି ଏଥର କାହାକୁ ସମର୍ଥନ କରିବ । ଯଦି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ବିଜେପି ପ୍ରେମ ପଦାରେ ପଡ଼ିବ । ଏହାସହ ଦଳ ଯଦି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ଜାତୀୟ ରାଜନୀତିରେ ନୂଆ ଏକ ସମୀକରଣ ଦେଖିବାକୁ ମିଳିବ । ଏହାସହ ଯଦି ବିଜେଡି ସମଦୂରତ୍ୱ ଫର୍ମୁଲାରେ କୌଣସି ବି ପ୍ରାର୍ଥୀଙ୍କୁ ସମର୍ଥନ ନ ଜଣାଏ, ତେବେ ଦିଲ୍ଲୀ ପଲିଟିକ୍ସରେ ଦଳ ନିଜର ଓଜନ ହରାଇବ । ତେଣୁ ଦେଖିବାକୁ ବାକି ରହିଲା....ନବୀନ ଏବେ ଭାଇସ୍ ପ୍ରେସିଡେଣ୍ଟ୍ ଇଲେକ୍ସନ ନେଇ କଣ ନିଷ୍ପତ୍ତି ନେଉଛନ୍ତି ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+