ସମସ୍ତ ନୂଆ ବିଧାୟକଙ୍କୁ ୨୫ ରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଦେବ ବିଜେଡି

ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି। କାହିଁକି ବୟକଟ କଲେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ବିଧାନସଭାର ବିଧି ଓ ବ୍ୟବସ୍ଥାକୁ ଭଙ୍ଗ କରୁଛି ଶାସକ ଦଳ।

bjd

ଗୃହର ନିଜସ୍ୱ ନିୟକ ରହିଛି ଓ ଏହାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ଉଦଘାଟନ କିଏ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ନେଇ ଆପତ୍ତି ଉଠାଇଥିଲା ବିଜେଡି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟନ କରିବା କଥା ବୋଲି ବିଜେଡି କହିଛି। ହେଲେ କେନ୍ଦ୍ରମନ୍ତ୍ରୀ ଆସି ଉଦଘାଟନ କରୁଛନ୍ତି। ବିଜେପି ସରକାର ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛି।

ସରକାର ଲକ୍ଷ୍ୟଚୁତ୍ୟ ହେଲେ ଆମେ ଆପତ୍ତି କରିବୁ। ଆଗାମୀ ପୀଢି ପାଇଁ ନୀତି ନିୟମ ବଦଳିବା ଉଚିତ ନୁହେଁ। ସମସ୍ତ ନୂଆ ବିଧାୟକଙ୍କୁ ନେଇ ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି। ଅଭିଜ୍ଞ ବିକ୍ତତ୍ୱଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବୁ। ବରିଷ୍ଠ ବିଧାୟକମାନେ ଭାଗ ନେବା ପାଇଁ ଅନୁରୋଧ କରାଯିବ ବୋଲି ପ୍ରତାପ ଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+