ଆସନ୍ତା ୨୬ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି
ଡିସେମ୍ବର ୨୬ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ।
ଭୁବନେଶ୍ୱର : ଡିସେମ୍ବର ୨୬ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ଏଥିରେ ବରିଷ୍ଠ ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ମଧ୍ୟ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୧ରେ ରାଜ୍ୟ ପରିଷଦ ବେଠକ ଅନୁଷ୍ଠିତ ହେବ । ଏହି ଅବସରରେ ପରିବର୍ଦ୍ଧିତ ପରିଷଦର ବୈଠକ ବସିବ ରାଜ୍ୟରେ ଚାଲିଥିବା ରାଜନୈତିକ ପରିସ୍ଥିତି ସହ ଅନ୍ୟ ବିଷୟରେ ଆଲୋଚନା ହେବ ।
ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ । ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ କିଭଳି ଲୋକଙ୍କ ପାଖରେ ପହଞ୍ଚାଯିବ ସେନେଇ ଆଲୋଚନା ହେବ । ଖାଲି ସେତିକି ନୁହେଁ ରାଜନୈତିକ ଚିଠା ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯିବ । ଅନ୍ୟପଟେ ସାଂଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଭବେ ଆଲୋଚନା ମଧ୍ୟ କରାଯିବ ।












Click it and Unblock the Notifications