ବିଜେପିରେ ସାମିଲ ହୋଇଯିବ ବିଜେଡି ; କାହିଁକି ଏମିତି କହିଲେ ମନ୍ତ୍ରୀ
ବିଜେପିରେ ମିଶିଯିବ ବିଜେଡି । କାରଣ ଦଳ ଭିତରୁ ଶୁଭିଲା ଅସନ୍ତୋଷ ସ୍ୱର। ଜଣେ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ଆରମ୍ଭ କରିଦେଲେଣି । ବିଜେଡିରେ ଲାଗି ରହିଥିବା ଅସନ୍ତୋଷକୁ ତିଆରି କରାଯାଇଛି। ବିଜେଡିରେ ବରିଷ୍ଠ ନେତାଙ୍କ ଅସନ୍ତୋଷ ଉପରେ ଏମିତି ବଡ଼ କଥା କହିଛନ୍ତି ବିଧାୟକ ସାରଦା ନାୟକ।

ସେ କହିଛନ୍ତି, ସବୁ ଦଳରେ ଅସନ୍ତୋଷ ରହିଛି। କିନ୍ତୁ ଲୋକ ବିଜେଡି ସହ ଅଛନ୍ତି। ଟ୍ରେନ୍ ଗତି କଲା ବେଳେ ଯେଭଳି କିଛି ଲୋକ ଚଢ଼ନ୍ତି ଓ ଓହ୍ଲାନ୍ତି, ସେଭଳି ବିଜେଡି ଆଗକୁ ବଢ଼ିବା ବେଳେ କିଛି ଲୋକ ଓହ୍ଲାଇଯିବା ସ୍ବାଭାବିକ। ବିଜେଡି ଭାଙ୍ଗିଯିବ ବୋଲି ବିଜେପି ଯେଉଁ ମନ୍ତବ୍ୟ ଦେଉଛି ତାହା କେବଳ ନିଜକୁ ଖୁସି କରିବା ପାଇଁ।
ସାରଦାଙ୍କ ଅଭିଯୋଗ ଉପରେ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ତଥା ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି, ବିଜେଡି ଆଉ ବେଶୀ ଦିନ ରହିବ ନାହିଁ। ସେ ଦଳ ଭାଙ୍ଗିଯିବ। ଅମର ଶତପଥୀଙ୍କ ବୟାନ ପରେ ବିଜେଡିରେ ଆଉ କିଛି ନାହିଁ। ସେ ଦଳ ବିଜେପିରେ ମିଶିବ। ଯିଏ ଆସିବ ତାଙ୍କୁ ଆମେ ଗ୍ରହଣ କରିବୁ ବୋଲି କହିଛନ୍ତି ରବି ନାଏକ।












Click it and Unblock the Notifications