ହୁଇସିଲ୍ ମାରିଲେ ବିଜେଡି ଭାଙ୍ଗିଯିବ, ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ

ପୁଣି ବିସ୍ଫୋରକ ବୟାନ ଦେଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କହିଲେ ହୁଇସିଲ୍ ମାରିଲେ ବିଜେଡି ଭାଙ୍ଗିଯିବ । ସନାଙ୍କୁ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ ଏମିତି କିଛି କହି ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ କାଳେ ସବୁ ବିଜେପି ପଳେଇବେ ବୋଲି ନବୀନ ଭୟଭୀତ ହୋଇଗଲେଣି ।

Narayan Mishra

ଯେଉଁଦିନ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚାହିଁବେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ । ଜୟ ଆହୁରି କହିଛନ୍ତି ଯେ ମୁଁ ଆଗରୁ ବି କହିଥିଲି, ହୁଇସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ । ଏତେବର୍ଷ ଧରି ସେ କିଛି ବୁଝୁ ନଥିଲେ, ରାଜୁତି କରୁଥିଲେ; ତାର ଫଳ ଏମିତି ହୋଇଛି ।

ସୂଚନା ଯୋଗ୍ୟ ଯେ, ଆଜି ବିଧାନସଭାରେ ପଶୁ ପଶୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାୟକ ସନାତନ ମହାକୁଡ଼ଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ । ବିଧାୟକ ଦଳ ବୈଠକକୁ କାହିଁକି ସନାତନ ଆସିନଥିଲେ, ସେ ସଂକ୍ରାନ୍ତରେ ସିଧା ପଚାରିଛନ୍ତି ନବୀନ। ଅସୁସ୍ଥ ଥିବା କାରଣରୁ ବୈଠକରେ ଯୋଗଦେଇନଥିବା ସମ୍ପର୍କରେ ସନାତନଙ୍କ ସଫେଇ ନବୀନଙ୍କୁ ସନ୍ତୁଷ୍ଟ କରିନାହିଁ। ଏକାଧିକ ବାର ଏପରି ପ୍ରଶ୍ନ ପଚାରି ନବୀନ, ସନାତନଙ୍କୁ ଅପ୍ରସ୍ତୁତ କରି ପକାଇଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ନବୀନ ସିଧାସଳଖ ଅଭିଯୋଗ କରିଚନ୍ତି ଗତକାଲି ଯଦି ଅସୁସ୍ଥ ଥିଲ, ଆଜି ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛ କି? ନବୀନଙ୍କ ଏଭଳି ଉଗ୍ରରୂପ ଏବଂ ସବୁ ବିଧାୟକଙ୍କ ସାମ୍ନାରେ ଖୋଲା ଅସନ୍ତୋଷ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+