ପଦ୍ମପୁର ଉପନିର୍ବାଚନ: ୧୬ରେ ନାମାଙ୍କନ ଭରିବ ବିଜେଡି, ବର୍ଷାଙ୍କୁ ମିଳିପାରେ ଟିକେଟ୍ !

ଧାମନଗରରେ ଧରାଶାୟୀ ହେବା ପରେ ଏବେ ବିଜେଡ଼ି ପାଇଁ ପଦ୍ମପୁର ପରୀକ୍ଷା । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପଛରେ ପଡିଛି ବିଜେଡ଼ି ।

ଭୁବନେଶ୍ୱର: ଧାମନଗରରେ ଧରାଶାୟୀ ହେବା ପରେ ଏବେ ବିଜେଡ଼ି ପାଇଁ ପଦ୍ମପୁର ପରୀକ୍ଷା । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପଛରେ ପଡିଛି ବିଜେଡ଼ି । ଇତି ମଧ୍ୟରେ ୧୬ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ବୋଲି ସୂଚନା ଦେଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ଦିନେ ଦୁଇ ଦିନ ଭିତରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

Padmapur Bypoll

ଅନ୍ୟପଟେ ପଦ୍ମପୁର ଫାଇଟ୍ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷା ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ବଡଝିଅ । ଚର୍ଚ୍ଚା ହେଉଛି ବିଜେଡି ମଧ୍ୟ ବର୍ଷା ବରିହାଙ୍କ ନାଁରେ ମୋହର ମାରି ସାରିଛି । ଦିନେ ଦୁଇଦିନ ଭିତରେ ଦଳ ଅନୁଷ୍ଠାନିକ ଭାବେ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ସୂଚନା ମିଳୁଛି । ମାତ୍ର ଏ ନେଇ କୌଣସି ବିଦ୍ଧିବଦ୍ଧ ଘୋଷଣା ହୋଇନାହିଁ ।

ସୂଚନାଥାଉ କି, ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୪ ନିର୍ବାଚନରେ ବିଜେଡିକୁ ମାତ୍ ଦେଇ ବିଧାୟକ ହୋଇଥିବା ପ୍ରଦୀପ ୨୦୧୯ରେ କିନ୍ତୁ ହାରିଯାଇଥିଲେ । ତେବେ ସଙ୍ଗଠନ ମଜଭୁତ ଥିବାରୁ ପ୍ରଦୀପଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି ବିଜେପି । ସେହିପରି ସତ୍ୟଭୂଷଣ ଏହା ପୂର୍ବରୁ ତିନି ଥର ବିଧାୟକ ରହିସାରିଛନ୍ତି । ୨୦୧୯ ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ୩୨ ହଜାର ୭୮୭ ଖଣ୍ଡ ଭୋଟ୍ ପାଇବାରେ ସମର୍ଥ ହୋଇଥିଲେ ।

ବିଜୟ ରଞ୍ଜନ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଉପିନର୍ବାଚନ ହେଉଛି । ତେଣୁ ବରିହା ପରିବାରର ଜଣକୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି । ଏହାଦ୍ୱାରା ସମବେଦନା ଭୋଟ ଓ ବିଜୟରଂଜନ ବରିହାଙ୍କ ପକେଟ ଭୋଟ ବିଜେଡି ଖାତକୁ ଆସିବ ଓ ବିଜୟ ସହଜ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଉ ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କୁ ମାତ୍ ଦେବାକୁ ନୂଆ ରଣନୀତି କରିଛି ।

ସେପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ସର୍ବଦଳୀୟ ବୈଠକ ବସିଛି । ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକରେ ମିଡିଆ ସାର୍ଟିଫିକେସନ୍ ଓ ମନିଟରିଂ କମିଟିର କାର୍ଯ୍ୟାବଳୀ ତଥା ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଆଲୋଚନା ହୋଇଥିଲା । ଜଣେ ପ୍ରାର୍ଥୀ ନିର୍ବାଚନରେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି । କୌଣସି ଗଣମାଧ୍ୟମର ପ୍ରତିନିଧି ଯେକୈାଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିମ୍ବା ପ୍ରାର୍ଥୀଙ୍କ ପ୍ରଚାର କରିବା ପୂର୍ବରୁ ମିଡିଆ ମନିଟରିଂ କମିଟିର ଅନୁମତି ନେବାକୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+