ଉଷୁନା ଚାଉଳକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ
ପ୍ରେସମିଟ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ । ସେପଟେ ବିଜେଡିର ଅଭିଯୋଗକୁ ଖଣ୍ଡନ କରି ପାଲଟା ଦୋଷ ଲଦିଛି ବିଜେପି ।
ଭୁବନେଶ୍ୱର: ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡ଼ି । ପ୍ରେସମିଟ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ । ସେପଟେ ବିଜେଡିର ଅଭିଯୋଗକୁ ଖଣ୍ଡନ କରି ପାଲଟା ଦୋଷ ଲଦିଛି ବିଜେପି ।
ଓଡ଼ିଶାରୁ ଉତ୍ପାଦନ ଉଷୁନା ଚାଉଳର ମାତ୍ର ୫୦ ପ୍ରତିଶତ ନେବ କେନ୍ଦ୍ର । ୨୦୧୯-୨୦ରେ ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ ରବିରେ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହୋଇଥିଲା । ମୋଟ୍ ୭୧ ଲକ୍ଷ ଟନ୍ ଉତ୍ପାଦାନ ହୋଇଥିଲା । ଏଥିରେ ୪୮ ଲକ୍ଷ ମେଟ୍ରିକ୍ ଟନ୍ ରହିଛି ପାରା ବଏଲଡ଼ ରାଇସ୍ ।

ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଓଡ଼ିଶାରୁ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ ନେବ ବୋଲି କେନ୍ଦ୍ର କହୁଛି। ଏଯାଏ ରାଜ୍ୟରେ ୩୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ ହୋଇଛି। ଚଳିତବର୍ଷ ମୋଟ୍ ୮୨ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯିବା ଲକ୍ଷ୍ୟ ରହିଛି। ଧାନ କିଣା ନେଇ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ରାଜ୍ୟ ସରକାର ଦେଇଛନ୍ତି। ତେବେ ସେନେଇ କେନ୍ଦ୍ର ଏଯାବତ ରାଜ୍ୟ ସରକାରଙ୍କୁ ଟଙ୍କା ଦେଇନି। କେନ୍ଦ୍ର ଉଷୁନା ଚାଉଳ ନନେଲେ ଓଡ଼ିଶା ଉପରେ ୧୦ ହଜାର କୋଟି ବୋଝ ପଡ଼ିବ। ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଉ ବୋଲି କହିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନି ଛୁରିଆ।
ସେପଟେ ବିଜେଡିର ଏହି ଆରୋପର ଉତ୍ତର ଦେଇନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି, ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରୁଛି ବିଜେଡି।












Click it and Unblock the Notifications