ବିଜେଡି ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଗ୍ରାମସଭା କରାଇ ଦେଉନଥିଲେ, ଈରାଶିଷ
ବିଜେଡି ଆନ୍ଦୋଳନକୁ ଈରାଶିଷ ଆଚାର୍ଯ୍ୟଙ୍କ ସମାଲୋଚନା। କ୍ଷମତା ସଙ୍କୁଚିତ ହୋଇନାହିଁ, ୪୦% ପିସି କାରବାରରେ ରୋକ ଲାଗିଛି। ବିଜେଡିର ଚାମଚା ଏବଂ ଠିକାଦାରଙ୍କୁ ବାଧୁଛି ବୋଲି ଈରାଶିଷ କହିଛନ୍ତି। ମାହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି। ବିକାଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର।ପଞ୍ଚାୟତ ପ୍ରତିନିଧି ସାମିଲ ହେବେ, ପଲ୍ଲୀସଭା କରି ଗାଁକୁ ବିକଶିତ କରାଯିବ। ବିଜେଡି ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଗ୍ରାମସଭା କରାଇ ଦେଉ ନ ଥିଲେ। ବିଜେଡି ବିଧାନସଭା ଭିତରେ ଓ ବାହାରେ ଡ୍ରାମା କରୁଛନ୍ତି ବୋଲି ଈରାଶିଷ କହିଛନ୍ତି।

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ କରିଛି। ଏ ନେଇ ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ ହୋଇଛି।












Click it and Unblock the Notifications