କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

ବଡ଼ ଖବର । ବିଜୁ ଜନତା ଦଳରୁ ବିଦା ହେଲେ ଅମରେଶ ଜେନା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Ameresh Jena

ଦୁଷ୍କର୍ମ ମାମଲାରେ ଫସିଥିବା ଅମରେଶ ଜେନାଙ୍କୁ ବାଲେଶ୍ବରରୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଗତକାଲି ଅର୍ଥାତ ଶନିବାର ତାଙ୍କର ୫ ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଥିଲେ ଅମରେଶ ଜେନା ଓରଫ୍‌ ବାଇଁଆ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା ପୋଲିସ । ଶେଷରେ କୌଣସି ସୂତ୍ରରୁ ଖବର ପାଇଁ ବାଲେଶ୍ବରରୁ ବାଇଁଆଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କ ବିରୁଦ୍ଧରେ ଆକ୍ସନ ନେଇଛନ୍ତି ଦଳର ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ତୁରନ୍ତ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।

କର୍ପୋରେଟର ଅମରେଶ ଜେନାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ୧୯ ବର୍ଷୀୟା ଯୁବତୀ ଗତ ଜୁଲାଇ ୨୩ ତାରିଖରେ ଲକ୍ଷ୍ମୀସାଗର ଥାନାରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । କର୍ପୋରେଟରଙ୍କ ବିରୁଦ୍ଧରେ ପ୍ରେମ, ପ୍ରତାରଣା, ଦୁଷ୍କର୍ମ ଓ ଭୃଣ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ଯୁବତୀ ।

ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୨)ଏମ), ୮୯, ୨୯୬, ୩୫୧(୨), ଓ ପୋକସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଥିଲା । ଜୁଲାଇ ୨୪ରେ ଯୁବତୀଙ୍କ ଡାକ୍ତରୀ ମାଇନା କରିବା ସହ ଭାରତୀୟ ନ୍ୟାୟ ସଂହିତାର ଧାରା-୧୮୩ରେ ତାଙ୍କର ବୟାନ ରେକର୍ଡ କରିଥିବା ସୁଚନା ଦେଇଛି ପୋଲିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+