କରୋନା କଟକଣା ମାନି ପ୍ରତିଷ୍ଠା ଦିବସ ପାଳିବାକୁ ବିଜେଡି ସୁପ୍ରିମୋଙ୍କ ପରାମର୍ଶ

ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ କୋଭିଡ୍‌ ନିୟମକୁ ମାନି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ପାଳନ କରିବ ତା'ର ୨୪ତମ ପ୍ରତିଷ୍ଠା ଦିବସ । ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ କୋଭିଡ୍‌ ନିୟମକୁ ମାନି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

BJD Establishment Day

୨୩ବର୍ଷ ଧରି ବିଜେଡିକୁ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି । ନବୀନ କହିଛନ୍ତି, ରାଜ୍ୟବାସୀଙ୍କ ଆସ୍ଥା ବଜାୟ ରଖିବା ଓ ଜନସେବାକୁ ମୂଳମନ୍ତ୍ର ଭାବରେ ଗ୍ରହଣ କରି କାମ କରିବା । ଏହା ସହ କରୋନା ସଂକ୍ରମଣ ବେଳେ ରାଜ୍ୟବାସୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ସେହିଭଳି ଆଗାମୀ ବର୍ଷସାରା ଲୋକଙ୍କ ସହ ରହି ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ଏବଂ ଲୋକଙ୍କ ଆହୁରି ନିକଟତର ହେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+