ଶପଥ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଓଡ଼ିଶାରେ ଏଥର ବିଜେପି ଭଲ ପ୍ରଦର୍ଶନ କରିଛି । ବିଜେଡିକୁ ହରାଇ ସରକାର କରିବ ବିଜେପି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନବୀନ ତାଙ୍କ ସୋସିଆଲ ମିଡିଆ 'ଏକ୍ସ'ରେ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଆପଣଙ୍କର ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା। ଆମର ପ୍ରିୟ ଦେଶ ଶୀର୍ଷରେ ପହଞ୍ଚୁ।
ଏଥିସହିତ ନବୀନ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ପାଇଁ ଏବଂ ବିଶେଷ ଭାବରେ ଓଡ଼ିଶାର ଲୋକଙ୍କ ପାଇଁ ଆପଣ କେନ୍ଦ୍ର କ୍ୟାବିନେଟ୍ରେ ସ୍ଥାନ ପାଇଥିବାରୁ ସଫଳତା କାମନା କରୁଛି।












Click it and Unblock the Notifications