ଦୁଇ ବର୍ଷ ପରେ ବଦଳିଲା ନବୀନଙ୍କ ପ୍ରୋଫାଇଲ୍ ଫଟୋ

ସାମାଜିକ ଗଣମାଧ୍ୟମରେ ନିଜର ଫ୍ରୋଫାଇଲ ଫଟୋ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରାୟ ଦୁଇ ବର୍ଷ ପରେ ଫ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶେଷ ଥର ପାଇଁ 2020 ଜୁନ୍ ମାସ 14 ତାରିଖରେ ନିଜର ଫଟୋ ପରିବର୍ତ୍

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ନିଜର ଫ୍ରୋଫାଇଲ ଫଟୋ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରାୟ ଦୁଇ ବର୍ଷ ପରେ ଫ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶେଷ ଥର ପାଇଁ 2020 ଜୁନ୍ ମାସ 14 ତାରିଖରେ ନିଜର ଫଟୋ ପରିବର୍ତ୍ତନ କରିଥିଲେ। ଚଳିତ ଥର ହାତ ଯୋଡି ନମସ୍କାର କରିଥିବା ଫଟୋ ପରିବର୍ତ୍ତନ କରିଛନ୍ତି। ପୂର୍ବ ଫଟୋରେ ସେ ମାସ୍କ ପିନ୍ଧି ଥିବା ନଜର ଆସିଥିଲେ । କୋଭିଡ ନିୟନ୍ତ୍ରଣ ନେଇ ମାସ୍କ ଜରୁରୀ ବୋଲି ଜନତାଙ୍କୁ ସଚେତନ କରିବା ପାଇଁ ସେ ମାସ୍କ ଫଟୋ ସୋସିଆଲ ମିଡିଆରେ ରଖିଥିଲେ ।

profile naveen

ତେବେ ମୁଖ୍ୟମନ୍ତ୍ରୀଙ୍କ ରାଜନୀତି ଜୀବନରେ ସେ ଗତକାଲି 25 ବର୍ଷ ପୂରଣ କରିବା ପରେ ଏହି ଫଟୋ ପରିବର୍ତ୍ତନ କରିଥିବା ଜଣାପଡିଛି। ସେହିପରି ଜନସେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 25 ବର୍ଷ ପୂରଣ କରିବା ସହ ଲୋକଙ୍କ ସେବାରେ ଅଧ୍ୟାବିଧି ଜାରି ରଖିଛନ୍ତି। ଏଥିସହ ରାଜ୍ୟର ଶାସନ ଭାର ସମ୍ଭାଳି ଧରିଛନ୍ତି। ସୂଚନା ଅନୁସାରେ, 1997 ଜୁନ୍ 1 ତାରିଖରେ ପ୍ରଥମ ଥର ପାଇଁ ଆସିକା ସାଂସଦ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଦୁଇଥର ସାଂସଦ ରହିବା ସହ ଥରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+