ବାସୁଦେବପୁରରେ ଭାଙ୍ଗୁଛି ବିଜେଡି ଗଡ଼; କାଉନସିଲର୍ ଦେଲେ ଇସ୍ତଫା
ବାସୁଦେବପୁରରେ ଭାଙ୍ଗୁଛି ବିଜେଡି ଗଡ଼ । ନେତା ଛାଡୁଛନ୍ତି ଦଳ । ଆଜି ବିଜେଡି ଛାଡ଼ିଲେ କାଉନସିଲର୍ । ବିଜେଡି ପ୍ରାଥମିକ ସଦସ୍ୟରୁ ୧ନଂ ୱାର୍ଡର କାଉନସିଲର୍ ଇସ୍ତଫା ଦେଇଛନ୍ତି । ବାସୁଦେବପୁର ପୌରପାଳିକା ୧ନଂ ୱାର୍ଡର କାଉନସିଲର ଶ୍ରୁତିସ୍ମିତା ଗିରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା । ଅନ୍ୟପଟେ ବିଜେପିରେ ମିଶିପାରନ୍ତି ଶ୍ରୁତିସ୍ମିତା ବୋଲି ଚର୍ଚ୍ଚା ଜୋର୍ ଧରୁଛି ।

ସୂଚନା ଯୋଗ୍ୟ ଯେ ସୋମବାର ବିଜେଡ଼ିର ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଇସ୍ତଫା ଦେଇଥିଲେ । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ଜଣାପଦିଥିଲ। ତେବେ ସେ ନିଜ ଇସ୍ତଫା ପତ୍ର ଜିଲ୍ଲା ବିଜୁ ଜନତା ଦଳ ସଭାପତିଙ୍କୁ ପଠାଇଥିଲେ । ଏହା ପୂର୍ବରୁ ଗତ ଶନିବାର ବ୍ୟକ୍ତିଗତ କାରଣ ଦର୍ଶାଇ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ଏବଂ ଭଣ୍ଡାରୀପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତି ସେଠୀ ଇସ୍ତଫା ଦେଇଥିଲେ।ସେହିଭଳି ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ମଧ୍ୟ ଇସ୍ତଫା ଦେଇଥିଲେ। ଅବଶ୍ୟ ତାଙ୍କ ନାଁରେ ବିଜେଡି ହିଁ ଅଭିଯୋଗ ଆଣିଥିଲା। ଦଳ ଅଭିଯୋଗ କରିଥିଲା ଯେ, ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ନିଜ ନାମରେ ଭେଣ୍ଡର୍ କୋଡ ଜରିଆରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ମିଳୁଥିବା ଟଙ୍କା ହଡ଼ପ କରିଛନ୍ତି। ଏମିତିକି ଅନେକ ଫଲ୍ସ ବିଲ କରି କୋଟିଏରୁ ଅଧିକ ଟଙ୍କା ହଡପ କରିଥିବାର ପ୍ରମାଣ ସ୍ବରୂପ ଭେଣ୍ଡର କୋଡ ସର୍ବସାଧାରଣରେ ଉପସ୍ଥାପନ କରିଛି । ତେବେ ଅଭିଯୋଗ ପରେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ।












Click it and Unblock the Notifications