ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼; ଦଳ ଛାଡ଼ିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା
ଭୁଶୁଡୁଛି ଗଡ଼, ଭାଙ୍ଗୁଛି ସଂଗଠନ । ବାଲେଶ୍ୱରରେ ଧୀରେ ଧୀରେ ବିଜେଡି ଛାଡୁଛନ୍ତି ନେତା । ମଙ୍ଗଳବାର ଦିନ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ରବିନ୍ଦ୍ର ଜେନା ଦଳ ଛାଡ଼ିଛନ୍ତି । ଆଉ ଏବେ ବାଲେଶ୍ୱର ଜିଲ୍ଲାରେ ଦୁଇ ବ୍ଲକର ଅଧ୍ୟକ୍ଷା ଦଳ ଛାଡ଼ିଛନ୍ତି । ବସ୍ତା ବ୍ଲକ ଅଧ୍ୟକ୍ଷ ଅଞ୍ଜଳୀ ଦାସ ଏବଂ ସଦର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା ଦଳ ଛାଡ଼ିଛନ୍ତି । ବିଜେଡି ସୁପ୍ରିମୋଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଉଭୟ ଅଧ୍ୟକ୍ଷା ।

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନରେ ବସ୍ତା ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ଅଞ୍ଜଳି ।












Click it and Unblock the Notifications