ବିଜେଡିର ରାଜ୍ୟ ପରିଷଦ ବୈଠକ: ସରକାର ଓ ସଙ୍ଗଠନ ପାଇଁ ମତାମତ ମାଗିଲେ ନବୀନ

ବୈଠକରେ ଦଳୀୟ ସଦସ୍ୟମାନଙ୍କୁ ସରକାର ଓ ସଙ୍ଗଠନ ପାଇଁ ମତାମତ ମାଗିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଗତକାଲି କାର୍ଯ୍ୟକାରୀଣି ବୈଠକ ପରେ ଆଜି ବସିଛି ବିଜେଡିର ରାଜ୍ୟ ପରିଷଦ ବୈଠକ । ବୈଠକରେ ଦଳୀୟ ସଦସ୍ୟମାନଙ୍କୁ ସରକାର ଓ ସଙ୍ଗଠନ ପାଇଁ ମତାମତ ମାଗିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

bjd state council meeting

ସରକାର ଓ ସଙ୍ଗଠନକୁ କିପରି ଆହୁରି ମଜବୁତ କରାଯାଇ ପାରିବ ସେ ନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ମତାମତ ଲୋଡିଛନ୍ତି ନବୀନ । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଲେଖା ମତାମତ ଦେବାକୁ କହିଛନ୍ତି ସେ ।

ଗତକାଲି ବିଜେଡି କାର୍ଯ୍ୟକରିଣୀରେ ଯାହା ପ୍ରସ୍ତାବ ଆଗତ ହୋଇଥିଲା, ତାକୁ ଆଜି ରାଜ୍ୟ ପରିଷଦରେ ପାରିତ କରାଯିବ । ଏହା ସହ ଅନେକ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ଏହି ବୈଠକରେ ତୃଣମୂଳ ସ୍ତରରେ ଦଳକୁ କିପରି ଆହୁରି ସଶକ୍ତ କରାଯିବ ସେ ନେଇ ଆଲୋଚନା କରାଯିବ। ଏହାସହ ଓଡ଼ିଶାକୁ ବାରମ୍ବାର କେନ୍ଦ୍ରୀୟ ଅବହେଳାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ପ୍ରସ୍ତୁତ ହେବ ରୋଡମ୍ୟାପ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+