ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି
Odisha News: ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି । ଗଙ୍ଗାଜଳ ଛିଞ୍ଚି ବିଧାନସଭାକୁ ପବିତ୍ର କରିଛି ବିଜେଡି । ଦାବି କରାଯାଉଛି ଯେ ପ୍ରଥମ ଥର ପୋଲିସ ବିଧାନସଭା ଭିତରକୁ ପ୍ରବେଶ ଏବଂ ବିଧାୟକଙ୍କ ଉପରକୁ ଆକ୍ରମଣ କରିଛି ଯେଉଁଥି ପାଇଁ ଆଜି ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ବିଜେଡି ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରୁଥିବା ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ।

ଗତକାଲି ବିଧାନସଭା ସମ୍ମୁଖରେ କଂଗ୍ରେସ ନେତାଙ୍କର ପ୍ରତିବାଦ ଦେଖିବା ପାଇଁ ମିଳିଥିବା ପରେ ବିଜେଡି ମଧ୍ୟ କଂଗ୍ରେସ ସହ ଯୋଗ ଦେଇଥିଲା । ଦୁଇ ଦଳର ନେତା ଓ ବିଧାୟକ ମିଶି ବିଧାନସଭା ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଅନେକ ବିଧାୟକଙ୍କୁ ପୋଲିସ ଉଠାଇ ମଧ୍ୟ ନେଇଥିଲା ।












Click it and Unblock the Notifications