ରତ୍ନଭଣ୍ଡାର ଖୋଲିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ନେତା ଅମର ଶତପଥୀ, କହିଲେ.....
ଭୁବନେଶ୍ୱର: ନୀତିକାନ୍ତି ଅନୁସାରେ ଚାଲିଛି ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ସମୟ ଅନୁସାରେ ବାହାର ରତ୍ନଭଣ୍ଡାରରେ ପ୍ରବେଶ କଲେ ଟିମ୍ । ଲୋକନାଥଙ୍କୁ ପୂଜା କରି ପ୍ରବେସ କଲେ ଟିମ୍ । ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ । ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,
ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ ଦେଉଳ କରଣ ପ୍ରମୁଖ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ।ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବାକୁ ନେଇ ସବୁଠି ଉତ୍ସାହ ଲାଗିରହିଛି । ଆଉ ଏହାରି ଭିତରେ ବିଜେପି ସରକାରର ଏହି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ । ତାଙ୍କ ପ୍ରତିକ୍ରିୟା ରଖି ସେ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଚାହିଁ ରହିଥିଲେ । ରତ୍ନଭଣ୍ଡାର ଉପରେ ଯେଉଁ ପ୍ରହେଳିକା ଥିଲା, ତାହା ମଧ୍ୟ ଏଥିର ଦୂର ହେବ ।

ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି । ତେବେ ସେତିକି ନୁହେଁ, ଭାଜପା ସରକାରକୁ ପ୍ରଂଶସା କରି ସେ କହିଛନ୍ତି, ଭାଜପାର ଏହା ନିର୍ବାଚନ ପ୍ରତିଶ୍ରୁତି ଥିଲା । ତାହା ସେମାନେ ପାଳନ କରିଛନ୍ତି ବୋଲି କହିଲେ ଅମର ଶତପଥୀ । ସେ ଆହୁରି କହିଛନ୍ତି ତେବେ ଚାବି କେଉଁଠି ଅଛି ତାର ରିପୋର୍ଟ ସାର୍ବଜନୀନ ହେବା ଦରକାର । ଏଥିସହ ଯିଏ ଦୋଷ କରିଥିବ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ।












Click it and Unblock the Notifications