Get Updates
Get notified of breaking news, exclusive insights, and must-see stories!

ନେତାଜୀ ଜୟନ୍ତୀରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପର୍ଯ୍ୟନ୍ତ ବିଜେଡିର ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ

ଆସନ୍ତାକାଲି ନେତାଜୀ ଜୟନ୍ତୀରୁ ବିଜେଡିର ଜୀବନବିନ୍ଦୁ ରକ୍ତଦାନ ସଂଗ୍ରହର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଓଡ଼ିଶା-ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନ ଆରମ୍ଭ ହେବେ ।

ଭୁବନେଶ୍ୱର: ଆସନ୍ତାକାଲି ନେତାଜୀ ଜୟନ୍ତୀରୁ ବିଜେଡିର ଜୀବନବିନ୍ଦୁ ରକ୍ତଦାନ ସଂଗ୍ରହର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଓଡ଼ିଶା-ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନ ଆରମ୍ଭ ହେବେ । ଏହା ଏପ୍ରିଲ ୧୭ ବିଜୁବାବୁଙ୍କ ଶ୍ରାଦ୍ଧତିଥି ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି । ଦଳ ପକ୍ଷରୁ ଏହି ଅବଧିରେ ୩୩ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ରାଜ୍ୟର ପ୍ରମୁଖ ହସ୍ପିଟାଲଠାରେ ଆସନ୍ତାକାଲିଠୁ ହେଲପ୍ ଡେସ୍କ ସ୍ଥାପନ ଖୋଲିବାକୁ ମଧ୍ୟ 'ଓଡ଼ିଶା -ମୋ ପରିବାର' ନିଷ୍ପତ୍ତି ହୋଇଛି।

Jeevanbindu

ସେହିପରି ରାଜ୍ୟର ପ୍ରମୁଖ ହସ୍ପିଟାଲଗୁଡ଼ିକରେ ରୋଗୀମାନଙ୍କୁ ସହାୟତା ନିମନ୍ତେ ହେଲପ୍ ଡେସ୍କ ମଧ୍ୟ ଖୋଲିବାକୁ ମୋ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆସନ୍ତାକାଲିଠୁ ହେଲପଡେସ୍କ କାର୍ଯ୍ୟକ୍ଷମ ହେବ। ସେଥିପାଇଁ କଟକ ବଡ଼ ମେଡ଼ିକାଲ ପାଇଁ ସନ୍ଦିପ ରଥ (୬୩୭୧୯୬୩୮୯୭) ଓ କ୍ୟାପିଟାଲ ହସ୍ପିଟାଲ ପାଇଁ ବିକାଶ ବେହେରା (୯୭୭୮୭୭୪୭୭୭) ନାମକ ଦୁଇଜଣଙ୍କୁ ନିୟୋଜିତ କରାଯାଇଛି ।

ଓଡ଼ିଶା-ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ବିଜେଡି ସାଧରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରାଯିବ । କୋଭିଡ୍‌ର ସ୍ଥିତି ଗମ୍ଭୀର ଥିଲାବେଳେ ରାଜ୍ୟରେ ଆବଶ୍ୟକ ପଡ଼ୁଥିବା ରକ୍ତ ସଂଗ୍ରହକୁ ଏକ ଆହ୍ୱାନ ଭାବେନେଇ ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ବିଭିନ୍ନ ଜିଲ୍ଲା ଓ କ୍ଷେତ୍ରୀୟ କର୍ମକର୍ତ୍ତା, ସ୍ଥାନୀୟ ବିଧାୟକ, ସାଂସଦ, ବିଜେଡି ଯୁବ, ଛାତ୍ର ଓ ମହିଳା ପ୍ରଭୃତି ଛାମୁଆ ସଂଗଠନ ତଥା ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକର ସକ୍ରୀୟ ଯୋଗଦାନରେ ରକ୍ତଦାନ ଶିବିର ସବୁ ଜିଲ୍ଲାରେ କରାଯାଇଥିଲା । ତଥାପି ଚାହିଦା ପୂରଣ କରିବା ପାଇଁ ଏବଂ ରକ୍ତଦାନ ପରିମାଣକୁ ଆଗେଇନେବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+