ବିଜେଡି ଉପସଭାପତି ପଦରୁ ସୌମ୍ୟ ପଟ୍ଟନାୟକ ବିଦା
ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ସୌମ୍ୟ ପଟ୍ଟନାୟକ ହଟିଲେ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କାର କରିଛନ୍ତି । ଗତ କିଛିଦିନ ଧରି ସେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ଖଣ୍ତାପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ । ହେଲେ ବର୍ତ୍ତମାନ ତାଙ୍କର ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି ।
ତେବେ ଗତ କିଛି ଦିନ ହେଲା ସେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ 5 ଟି ସଚିବଙ୍କ ଗସ୍ତକୁ ନେଇ ବିଜେଡି ସରକାରକୁ ଟାର୍ଗେଟ୍ କରୁଥିଲେ । ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠାଉଥିଲେ । ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଏକ ସପ୍ତାହ ହେବ ପ୍ରସ୍ତୁତି ଚାଲିଥିଲା ।

ନିକଟରେ, ସୌମ୍ୟରଞ୍ଜନ ପଟ୍ଟନୟାକଙ୍କୁ ଟାର୍ଗେଟ୍ କରି ଅତନୁ ସବ୍ୟସାଚୀ କହିଥିଲେ, ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି, ପୂର୍ବରୁ ଅନେକ ଥର ଏମିତି କରିଛନ୍ତି ଏହା ତାଙ୍କ ପୁରୁଣା ଅଭ୍ୟାସ । ସୌମ୍ୟ ବାବୁଙ୍କ ଲେଖାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି । ସୌମ୍ୟ ବାବୁ କଣ, କେତେ ଥର ଦଳ ପରିବର୍ତ୍ତନ କରି ଏଠିକି ଆସିଛନ୍ତି ତାହା ରାଜ୍ୟବାସୀ ଜାଣିଛନ୍ତି ।
ବିଗତ ଦିନ ରେ ମଧ୍ୟ ସେ ବ୍ଲାକମେଲ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟ ଗସ୍ତ କରି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିଲେ, ସେଥିରେ ସୌମ୍ୟ ବାବୁଙ୍କ ଅସୁବିଧା କେଉଁଠି ରହିଲା ? ସୌମ୍ୟ ବାବୁ ଯେଉଁ ମନ୍ତବ୍ୟ ଲେଖୁଛନ୍ତି ତାକୁ ଆମେ ବିରୋଧ କରୁଛୁ । ବ୍ଲାକମେଲ କରିବା କିମ୍ବା ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ ନୁହେଁ ।
ସୂଚନାଥାଉ ଯେ, ୨୦୧୮ ମସିହାରେ ସୌମ୍ୟ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ବିଜେଡିରେ ସାମିଲ ହୋଇଥିଲେ । ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା । ହେଲେ ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା ।












Click it and Unblock the Notifications