'କୋଭିଡ୍ ସମୟରେ ସାଧାରଣ ଲୋକଙ୍କ ପାଖରେ ନ ରହି ବିଳାସମୟ ଜୀବନଯାପନ କରୁଥିଲେ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ'

ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନ ବିରୋଧି କାର୍ଯ୍ୟର ଲମ୍ବା ତାଲିକା ପ୍ରସ୍ତୁତ କରିଛି ବିଜେଡି ।

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନ ବିରୋଧି କାର୍ଯ୍ୟର ଲମ୍ବା ତାଲିକା ପ୍ରସ୍ତୁତ କରିଛି ବିଜେଡି । ଯାହାକୁ ଆଜି ଦଳର ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ବଖାଣିବା ସହ ଉପ ସ୍ଥାପନା କରିଛନ୍ତି । ତେବେ ଦଳରୁ ବହିଷ୍କୃତ ପରେ ପ୍ରଦୀପଙ୍କ ବିରୋଧରେ ଜନ ବିରୋଧୀ କାର୍ଯ୍ୟର ଅଭିଯୋଗ ଆଣିଥିଲା ବିଜେଡି । ଆଉ ଆଜି ଯାହାକୁ ଏକ ପ୍ରେସ ରିଲିଜ ଜାରି କରିଛି ।

ପ୍ରେସ ରିଲିଜରେ କଣ ଉଲ୍ଲେଖ ରହିଛି ପଢନ୍ତୁ-

-ଓଡ଼ିଶାବାସୀଙ୍କୁ ବୋକା ଭାବି ଭୁତାଉଛନ୍ତି ତିନି ତିନି ଥରର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ଭାବି ଜ୍ଵାଇଁ ଟାଟା କମ୍ପାନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । ସିଏ ସବୁଠୁ ମହଙ୍ଗା ଚାଟାର୍ଡ ବିମାନରେ ଯାତ୍ରା କରନ୍ତି ଓ ନାମୀଦାମୀ ଫ୍ଲାଟରେ ରୁହନ୍ତି । ଯେତେବେଳେ କି ଟାଟା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଆକାଶ ପାଠକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଖୋଦ୍ ଟାଟା ଏତଲା ଦେଇଛି ଯେ, ବହୁ ଯୁବକ ଯୁବତୀଙ୍କୁ ଟାଟାରେ ଚାକିରି ଦେବା ନାଁରେ ଜାଲ୍ ନିଯୁକ୍ତପତ୍ର ଦେବା ସହ ଆକାଶ କୋଟି କୋଟି ଟଙ୍କା ଠକିଛନ୍ତି ।

-ପ୍ରଦୀପ ପାଣିଗ୍ରାହୀ ଭାବୁଛନ୍ତି ଓଡ଼ିଶାବାସୀ ମୂର୍ଖ? ତା ନ ହୋଇଥିଲେ ଏପରି ହାଇପ୍ରୋଫାଇଲ୍ ଠକାମୀକୁ ଲୁଚାଇବାକୁ ଓଡ଼ିଶାବାସୀଙ୍କୁ ମନଗଢ଼ା କଥା କହି ଦିନରେ ଜହ୍ନ ଦେଖାନ୍ତେନି । ଏହା ଧୋକା ନୁହେଁ ତ ଆଉ କ'ଣ ?

Pradeep Panigrahi

-ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିଲା, ଲୋକମାନେ ମରୁଥିଲେ, କୋଭିଡ ଯୋଦ୍ଧାମାନେ ଦିନରାତି ସଂଘର୍ଷ କରୁଥିଲେ, ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପରିବାର ସହ ଦିଲ୍ଲୀରେ ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ ।

-ପ୍ରଦୀପ ପାଣିଗ୍ରାହୀ ନିଜର ଅୟସ ପାଇଁ ଉଡ଼ାଉ ଥିବା ଟଙ୍କା କାହାର ଥିଲା?

-ଏତେ ଟଙ୍କା ସେ କେଉଁଠୁ ଆଣିଥିଲେ?

-ଏହା ଓଡ଼ିଶାବାସୀଙ୍କ ଝାଳ ବୁହା ଟଙ୍କା ଥିଲା, ଯାହା ସେ ବେଧଡ଼କ ଭାବେ ଖର୍ଚ୍ଚ କରୁଥିଲେ । ଏହି ଟଙ୍କା ସେଇମାନଙ୍କର ଯେଉଁମାନେ ଦିନରାତି ଏକ କରି ଉପାର୍ଜନ କରିଥିବା ଟଙ୍କାକୁ ଟାଟାରେ ଖଣ୍ଡେ ଚାକିରି ପାଇବା ଆଶାରେ ତାଙ୍କୁ ଟେକି ଦେଇଥିଲେ ।

-ଏସବୁ ଜନବିରୋଧୀ କାର୍ଯ୍ୟକଳାପ ନୁହେଁ ତ ଆଉ କ'ଣ?

-ତିନି ତିନି ଥର ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ମିଳିତ ଭାବେ ୨୧ ବର୍ଷର ଯୁବକ ତଥା ନିଜ ପୁଅ ଓ ଭାବି ଜ୍ଵାଇଁକୁ ଟାଟା କମ୍ପାନୀର ଫେକ୍ MD କରିପାରନ୍ତି, ନିଜର ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ସେପରି ଲୋକଙ୍କୁ କଣ କୁହାଯିବ ।

-ଏପରି କଦର୍ଯ୍ୟ ଲୋକଙ୍କୁ କଣ କୁହାଯିବ?

Pradeep Panigrahi

-ପିଲାଙ୍କୁ ଭୁଲ୍ ପଥରେ ଯିବାରୁ ରୋକିବା, ଉଚିତ୍ ରାସ୍ତା ଦେଖାଇବା ବାପାମାଆଙ୍କ କର୍ତ୍ତବ୍ୟ । ହେଲେ ଏଠି ନିଜର ସ୍ୱାର୍ଥ ପାଇଁ ଆରାମ ଦାୟକ ଜୀବନ ପାଇଁ ନିଜେ ବାପାମାଆ ନିଜ ପିଲାଙ୍କୁ ଦୁର୍ନୀତିର ଦଳ ଭିତରକୁ ଠେଲି ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ କରିଛନ୍ତି । ଯାହା ଦ୍ଵାରା ଶଶୂର ଘର ଲୋକେ ନିଜର ପତିଆରା ଜୀବନ ବିତାଇପାରିବେ ।

-ନିଜର ଭାବି ଜ୍ଵାଇଁ ଆକାଶ ପାଠକଙ୍କୁ ଟାଟା କମ୍ପାନୀର MD ଭାବେ ପରିଚୟ ଦେଇ ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ଚାକିରିରେ ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ବିସ୍ଥାପିତ ପରିବାର ଲୋକଙ୍କୁ ଚାକିରି ଦେବା ନାଁରେ ଠକି ଥିଲେ ।

-ଏତେସବୁ ପରେ ବି ନିର୍ଲଜ ପରି ପ୍ରଦୀପ କହୁଛନ୍ତି, ଆକାଶ ଟାଟା କମ୍ପାନୀର ରିୟଲ୍ ଗଊ । ଯଦି ଆକାଶ ଗଊ ବୋଲି ପ୍ରମାଣ ନ କରିପାରିବେ, ସେ ଓଡ଼ିଶା ଛାଡ଼ିଦେବେ ।

-ପ୍ରେସମିଟ୍ କରି ଲୋକଙ୍କୁ ଭ୍ରମିତ କରିବା ସହ ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ତାଙ୍କର ବିରୋଧରେ ନ ଯିବାକୁ ପରୋକ୍ଷରେ ଧମକେଇ ଥିଲେ ପ୍ରଦୀପ । ଓଡ଼ିଶାବାସୀ ତାଙ୍କ ଚାଲ୍ ଜାଣିସାରିଛନ୍ତି ଏବଂ ଏପରି ଧୋକାବାଜକୁ ସେମାନେ ଛାଡ଼ିବେ ନାହିଁ ।

-ଯେଉଁମାନ ତୁମକୁ ଭରସା କରି ନିଜର ସୁରକ୍ଷା ପାଇଁ ଭୋଟ୍ ଦେଇଥିଲେ, ଶେଷରେ ସେଇମାନଙ୍କ ସହ ବିଶ୍ଵାସଘାତକ କରିବାକୁ ପଛେଇଲେନି ପ୍ରଦୀପ ।

-ଓଡ଼ିଶାବାସୀଙ୍କ ପାଇଁ କାମ କରିବା ବିଜେଡି ଦଳର ଏକମାତ୍ର ଉଦ୍ଦେଶ୍ୟ । ପ୍ରଦୀପ ପାଣିଗ୍ରାହୀ ପରି ହୀନ ବ୍ୟକ୍ତି, ଯିଏ ନିଜର ସ୍ଵାର୍ଥ ପାଇଁ ଭାବି ଜ୍ଵାଇଁକୁ ବ୍ୟବହାର କରିପାରେ, ନିଜର ନିର୍ବାଚନ ମଣ୍ଡଳିବାସୀଙ୍କୁ ଧୋକା ଦେଇପାରେ ଏବଂ ଓଡ଼ିଶାବାସୀଙ୍କୁ ବେଧଡ଼କ ଭାବେ ମିଛ କହିପାରେ, ସେପରି ବ୍ୟକ୍ତିଙ୍କ ଦଳରେ ସ୍ଥାନ ନାହିଁ ।

ସୂଚନା ଅନୁଯାୟୀ ଗତ ରବିବାର ଦିନ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିସ୍କୃତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+