ଅକ୍ଟୋବର ୨ ତାରିଖରୁ ବିଜେଡିର ପଦଯାତ୍ରା

Odisha News: ଅକ୍ଟୋବର ୨ ତାରିଖର ଅର୍ଥାତ୍ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବିଜେଡି ନିଜର ପ୍ରଥମ ଜନସମ୍ପର୍କ ପଦଯାତ୍ରା କରିବ । ଏନେଇ ଦଳ ପକ୍ଷରୁ ସୂଚନା ଜାରି କରାଯାଇଛି । ସେହିପର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କରାଯିବ । ୩୦ ଜିଲ୍ଲା ଓ ୩ ଟି ସଙ୍ଗଠନ ଜିଲ୍ଲାର ଅକ୍ଟୋବର ୯ ତାରିଖରୁ ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ ହେବ ।

ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା ମିଳିତ ଭାବେ ପଦଯାତ୍ରା ବିଷୟରେ ସୂଚନା ଦେଇଥିଲେ । ସୂଚନା ଅନୁସାରେ ଦଳର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ ହୋଇଛି । ବିଭିନ୍ନ କମିଟି ସଦସ୍ୟଙ୍କ ଏବଂ ଜିଲ୍ଲା ସଭାପତିମାନଙ୍କ ସହ ପଦଯାତ୍ରା ସମ୍ପର୍କରେ ଆଲୋଚନା ହୋଇଛି । ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ଦଳର ନେତାମାନେ ଗାଁକୁ ଯାଇ ସାଧାରଣ ଲୋକଙ୍କୁ ଭେଟିବେ ଏବଂ ସମସ୍ୟା ପଚାରିବୁଝିବେ । ସଭ୍ୟ ସଂଗ୍ରହ ଅଭିଯାନରେ ଯୁବବର୍ଗଙ୍କୁ ଗୁରୁତ୍ୱ ମିଳିବ ।

bjd

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିଜେଡିରେ ଏହି ପଦଯାତ୍ରାରେ ପ୍ରାୟ ଏକ କୋଟିରୁ ଅଧିକ ସଦସ୍ୟ ଯୋଡ଼ିବାକୁ ଟାର୍ଗେଟ୍ ରଖିଛି ଦଳ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ପ୍ରଥମ ଥର ଆଜି ବସିଥିଲା ଜିଲ୍ଲା ସଭାପତିଙ୍କ ବୈଠକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+