ଗ୍ୟାସ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି: ଚୁଲି ଜାଳି ପ୍ରତିବାଦ କଲେ ମହିଳା କର୍ମୀ
ଏଲପିଜି ଗ୍ୟାସ ସିଲିଣ୍ଡ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ଓହ୍ଲାଇଲା ବିଜେଡି । ବାରମ୍ବାର ରୋଷେଇ ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ରୋଷେଇ ଶାଳ ଉପରେ ମାଡ କରିଛନ୍ତି ।

ଭୁବନେଶ୍ୱର: ଏଲପିଜି ଗ୍ୟାସ ସିଲିଣ୍ଡ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ଓହ୍ଲାଇଲା ବିଜେଡି । ବାରମ୍ବାର ରୋଷେଇ ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ରୋଷେଇ ଶାଳ ଉପରେ ମାଡ କରିଛନ୍ତି । ଜନ ଅସନ୍ତୋଷକୁ ନେଇ ରାଜଭବନ ଆଗରେ ଚୁଲି ଜାଳି ବିଜୁ ମହିଳା ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରୁଛି । ରାଜଭବନ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରି ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବାକୁ ବିଜେଡି ଦାବି କରୁଛି ।
ଉଲ୍ଲେଖଥାଉ କି, ଘରୋଇ ଏଲ୍ପିଜି ସିଲିଣ୍ଡର ପିଛା (୧୪.୨କେଜି) ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ଖାଉଟିଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ନୂଆଦିଲ୍ଲୀରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ୧୧୦୩ ଟଙ୍କାରେ ପହଞ୍ଚିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏହା ୧୧୨୯ ଟଙ୍କା ହୋଇଛି । ୨୦୨୨ ଜୁଲାଇଠାରୁ ଅପରିବର୍ତ୍ତିତ ରହିଥିବା ରନ୍ଧନ ଗ୍ୟାସ୍ ଦର ପୂର୍ବୋତ୍ତର କ୍ଷେତ୍ରର ତିନି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ ପରେ ହଠାତ୍ ବୃଦ୍ଧି କରାଯାଇଛି । ଗ୍ୟାସ୍ ଦର ବୃଦ୍ଧି ଯୋଗୁ ଗୃହିଣୀଙ୍କ ହାଣ୍ଡିଶାଳ ଚିନ୍ତା ବଢ଼଼ି ଯାଇଥିବା ବେଳେ ଠେଲା ବେପାରିଠାରୁ ହୋଟେଲ ମାଲିକ ସମସ୍ତେ ପ୍ରଭାବିତ ହୋଇଛନ୍ତି ।
ଏହାଛଡା ପୂର୍ବରୁ ଘରୋଇ ଏଲ୍ପିଜି ସିଲିଣ୍ଡର ପିଛା ଗ୍ରାହକଙ୍କୁ ମିଳୁଥିବା ସବ୍ସିଡି ବା ରିଆତି ଅର୍ଥ ଏବେ ଆଉ ମିଳୁନାହିଁ । ଫଳରେ ରନ୍ଧନ ଗ୍ୟାସ୍ କ୍ଷେତ୍ରରେ ଏତେ ଅର୍ଥ ଖର୍ଚ୍ଚ ବହନ କରିବା ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପକ୍ଷେ ସମ୍ଭବପର ହେଉନାହିଁ ।
୨୦୧୪ରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ୪୧୦ ଚଙ୍କା ଥିଲା । ଏବେ ଦର ୧୧ଶହ ଟଙ୍କାକୁ ବୃଦ୍ଧି ପାଇଛି । ଗତ ୯ ବର୍ଷରେ ଗ୍ୟାସ ଦର ପ୍ରାୟ ୩ ଗୁଣା ବଢ଼ିବା ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ୨୦୧୪ରେ ରାଜ୍ୟରେ ୨୧ ଲକ୍ଷ ଗ୍ୟାସ ଉପଭୋକ୍ତା ଥିବା ବେଳେ ଏବେ ୮୮ ଲକ୍ଷରୁ ଅଧିକ ଉପଭୋକ୍ତା ଅଛନ୍ତି । ଗ୍ୟାସ ଦର ବୃଦ୍ଧି ବର୍ତ୍ତମାନ ସାଧାରଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି ।












Click it and Unblock the Notifications