ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି
ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି । ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜେଡି। ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ୱ ଦିଆଯାଇଛି ।
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି । ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜେଡି। ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ୱ ଦିଆଯାଇଛି । ଯେଉଁ ମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାର ହେଭିୱେଟ ମନ୍ତ୍ରୀ ରହିଛନ୍ତି ।

ପଦ୍ମପୁର ପାଇଁ ନିରଞ୍ଜନ ପୂଜାରୀ, ନବ ଦାସ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ରୀତା ସାହୁ, ରୋହିତ ପୂଜାରୀଙ୍କୁ ଦଳ ଦାୟିତ୍ୱ ଦେଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ସମସ୍ତ ନେତାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ନେତାଙ୍କୁ ବି ଦଳ ଦାୟିତ୍ୱ ଦେବ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନି। ପଦ୍ମପୁରର ଦିବଂଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ପତ୍ନୀ ଟିକେଟ୍ ଆଶାୟୀ ଥିବା ଜଣାପଡ଼ିଛି। କିନ୍ତୁ ଦଳ ଭିତରେ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଥିବା ମଧ୍ୟ ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।












Click it and Unblock the Notifications