ଲୋକାର୍ପିତ ହେଲା ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’, ଜାଣନ୍ତୁ, ଖର୍ଚ୍ଚ ହୋଇଛି କେତେ କୋଟି ?

ଭୁବନେଶ୍ୱର: ଲୋକାର୍ପିତ ହେଲା ବିଜେଡିର ନୂଆ କାର୍ଯ୍ୟାଳୟ 'ଶଙ୍ଖ ଭବନ' । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏହାକୁ ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଟ-୬ ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନ ।

ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ସାଢେ ୪ କୋଟି ଓଡ଼ିଆଙ୍କ ସେବାରେ 'ଶଙ୍ଖ ଭବନ' ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'ଶଙ୍ଖ ଭବନ' ଓଡ଼ିଶାବାସୀଙ୍କ ପ୍ରିୟ ଭବନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Sankha Bhavan

ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ବିଜେଡି ସଭାପତି । ଏହି ନୂଆ କାର୍ଯ୍ୟାଳୟର ନିର୍ମାଣ ପାଇଁ ୨୦ ମାସ ମଧ୍ୟରେ ଏହି ଶଙ୍ଖ ଭବନ ନିର୍ମାଣ ଶେଷ ହୋଇଛି ।

ଖର୍ଚ୍ଚ ହୋଇଛି କେତେ କୋଟି ? ରିପୋର୍ଟ ଅନୁଯାୟୀ ଏହି ପ୍ଲଟ ପାଇଁ ଦଳ ୧୨.୩୮ କୋଟି ଟଙ୍କା ଦେଇଛି । ତେବେ ନିର୍ମାଣ କାର୍ଯ୍ୟ ବିଷୟରେ ପୂର୍ତ୍ତ ବିଭାଗର ପୂର୍ବତନ ଇଞ୍ଜିନିୟର-ଇନ୍-ଚିଫ୍ ପିଟାବାସ୍ ପଣ୍ଡା କହିଛନ୍ତି, "ନିର୍ମାଣର ମୂଲ୍ୟ ବର୍ଗଫୁଟ ପିଛା ୨୫୦୦ ରୁ ୨୯୦୦ ଟଙ୍କା ହୋଇପାରେ, ଯାହା ମୋଟ ମୂଲ୍ୟ ୫୧ କୋଟି ଟଙ୍କା ହୋଇପାରେ । " ତେବେ ଏନେଇ ଦଳ ତରଫରୁ କୌଣସି ବିଦ୍ଧିବଦ୍ଧ ତଥ୍ୟ ପ୍ରଦାନ କରାଯାଇ ନାହିଁ ।

BJD New Party Office Sankha Bhavan Inaugurated, know What is the Budget ?

କଣ କହିଲେ ମୁଖ୍ୟମନ୍ତ୍ରୀ ? ଶଙ୍ଖ ଭବନର ଉଦଘାଟନ କରିବା ସହ ନବୀନ କହିଛନ୍ତି, ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ ସମର୍ପିତ କରି ବହୁତ ଖୁସି । ଏହି ସୁନ୍ଦର ଭବନ ନିର୍ମାଣରେ ସମସ୍ତଙ୍କର ଯୋଗଦାନ ରହିଛି । ଏହି ଭବନ ନିର୍ମାଣରେ ଯୁବ, ଛାତ୍ର, ମହିଳା କର୍ମୀ ମାନଙ୍କ ଅବଦାନ ରହିଛି । ୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ନୂଆ ଆରମ୍ଭ ହୋଇଥିଲା । ବିଜୁ ଆଦର୍ଶ ଓ ସ୍ୱାଭିମାନର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ସେବାରେ ରହିଛି ବିଜେଡି । ଏବେ ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ।

BJD New Party Office Sankha Bhavan Inaugurated, know What is the Budget ?

ବିଜୟର ଶଙ୍ଖ ବାଜି ଚାଲିଛି । ଏହି ଶଙ୍ଖ ଭବନ ହେବ ଓଡ଼ିଶାବାସୀଙ୍କ ପ୍ରିୟ ଭବନ । ଓଡ଼ିଶାର ଅତୀତ ଓ ଭବିଷ୍ୟତକୁ ଯୋଡିବ ଏହି ଶଙ୍ଖ ଭବନ । ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଏକାଠି କରିବ ଶଙ୍ଖ ଭବନ ।ଓଡ଼ିଶାର ସ୍ୱାଭିମାନର ସୁରକ୍ଷା ସହ କଳା, ସାହିତ୍ୟ,ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ ଶଙ୍ଖ ଭବନ । ବିଶ୍ୱଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

କେମିତି ହୋଇଛି ଶଙ୍ଖ ଭବନ ? ଭୁବନେଶ୍ବର ୟୁନିଟ୍-୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଦାମୂର୍ତ୍ତି ଶୋଭା ପାଉଛନ୍ତି । ଓଡ଼ିଶାର କଳା, ଭାସ୍କର୍ଯ୍ୟର ଛାପ ପଦର୍ଶନ କରୁଥିବା ପଥରର କାରୁକାର୍ଯ୍ୟ ଏଥିରେ ସ୍ଥାନ ପାଇଛି । ବେସମେଣ୍ଟରେ ରହିଛି ବିଶାଳ ପାର୍କିଙ୍ଗ ସ୍ଥଳ, ଯେଉଁଥିରେ ପ୍ରାୟ ୪୦ଟି କାର ପାର୍କିଙ୍ଗ କରିବା ଭଳି ସ୍ଥାନ ରହିଛି। ବେସମେଣ୍ଟ ଉପରେ ରହିଛି ତିନି ମହଲା କୋଠା ।

Sankha Bhavan

୩ ମହଲା ବିଶିଷ୍ଟ କାର୍ଯ୍ୟାଳୟର ପ୍ରଥମ ମହଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ଦେଢ ହଜାର ଲୋକଙ୍କ ବସିବା ଭଳି ଏକ ବଡ଼ ସମ୍ମିଳନୀ କକ୍ଷ ରହିଛି । ସେହିଭଳି ଦ୍ୱିତୀୟ ମହଲାରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ପାଇଁ କାର୍ଯ୍ୟାଳୟ ଥିବା ବେଳେ ଏକ ୨୫୦ ଆସନ ବିଶିଷ୍ଟ ବଡ ଅଡିଟୋରିୟମ ରହିଛି । ସେହିଭଳି ତୃତୀୟ ମହଲାରେ ଦଳର ସଭାପତିଙ୍କ ପାଇଁ ପ୍ରକୋଷ୍ଠ ରହିଛି । ଏହାଛଡ଼ା ଏଥିରେ ପ୍ରାୟ ୩୦ଟି ପ୍ରକୋଷ୍ଠ ମଧ୍ୟ ରହିଛି ।

ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ , ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି , ଧରଣୀଧର ଭୂୟାଁ, ମା ରମାଦେବୀ , ପାର୍ବତୀ ଗିରି , ଫକୀମୋହନ ସେନାପତି , ଗଙ୍ଗାଧର ମେହେର , କୁନ୍ତଳାକୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ। ଏହା ସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ Talisman (ତାବିଜ ) ଶୋଭା ପାଇବ ଏବଂ ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇବ।

ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ । ଏହା ସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ । ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+