ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର; ବିଜେଡି କଲା ବହିଷ୍କାର, ଆଜି ଧରିବେ କି ପଦ୍ମ ?
ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା । ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ।

ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ପର୍ୟ୍ୟନ୍ତ ରହିଥିଲା । ହେଲେ ଏହା ପୂର୍ବରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପରେ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତେବେ ମମତା ମହନ୍ତଙ୍କ ପରେ ବିଜେଡିର ଦ୍ୱିତୀୟ ସାଂସଦ ଭାବେ ସୁଜିତ୍ କୁମାର ସାଂସଦ ପଦ ଛାଡିଛନ୍ତି । ଆଉ ଖୁବଶୀଘ୍ର ସେ ବିଜେପିରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦିନେ କି ଦୁଇ ଦିନ ଭିତରେ ସେ ବିଜେପିରେ ସାମିଲ ହେଇପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ଇସ୍ତଫା ଦେବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ହୋଇଥିବା ସୂଚନା ମିଳିଛି। ବିଜେଡିରୁ ରାଜ୍ୟ ସଭା ଏମ୍ପି ଥିଲେ ସୁଜିତ।
ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।












Click it and Unblock the Notifications