ବିଜେପି ସରକାରଙ୍କୁ ଜଗିବେ ବିଜେଡି ବିଧାୟକ, ଦାୟିତ୍ଵ ବାଣ୍ଟିଲେ ଶଙ୍ଖ ସୁପ୍ରିମୋ ନବୀନ ପଟ୍ଟନାୟକ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶାଇ ଏଥର ବିଧାନସଭାକୁ ବିଜେଡିର ୫୧ ଜଣ ନେତା ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ବିରୋଧୀ ଦଳରେ ବସିଥିବା ବିଜେଡି ସରକାରଙ୍କ ପ୍ରତିଟି କାର୍ଯ୍ୟ ଉପରେ କଡ଼ା ନଜର ରଖିବାକୁ ଭିନ୍ନ ଏକ କୌଶଳ ଆପଣାଇଛି। ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକ ରଖିବେ ନଜର।

naveen patnaik

ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୁଇ ତିନି ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ବାଣ୍ଟିଛନ୍ତି। ତାଙ୍କୁ ଛାଡ଼ି ଦଳର ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି। ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସୁଚିନ୍ତିତ ଭାବେ ଘେରିବା ପାଇଁ ବିଜେଡି ଏହି କୌଶଳ ଆପଣାଇଛି ବୋଲି ଆଲୋଚନା ହେଉଛି।

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରତିଟି କାର୍ଯ୍ୟ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର, ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଅଶ୍ୱିନୀ କୁମାର ପାତ୍ରଙ୍କୁ ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ (ଜିଏ), ଅରୁଣ କୁମାର ସାହୁଙ୍କୁ ଜଳ ସମ୍ପଦ, ସାରଦା ପ୍ରସାଦ ନାୟକଙ୍କୁ ଶିଳ୍ପ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ଓ ପବ୍ଲିକ୍ ଏଣ୍ଟରପ୍ରାଇଜେସ ବିଭାଗ ଦାୟିତ୍ୱ ଦିଆଯାଇଛି।

ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜେନ୍ଦ୍ର ଢୋଲକିଆଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ମନୋହର ରନ୍ଧାରୀ ଓ ଯୋଗେଶ କୁମାର ସିଂହଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ବ୍ୟୋମକେଶ ରାୟଙ୍କୁ ୱାର୍କସ, ଦିବ୍ରଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ୱର ବେହେରାଙ୍କୁ ଷ୍ଟିଲ୍‌ ଓ ଖଣି, ବର୍ଷା ସିଂହ ବରିହାଙ୍କୁ ମିଶନ ଶକ୍ତି, ସନାତନ ମହାକୁଡ଼ଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ସଞ୍ଜୀବ କୁମାର ମଲ୍ଲିକଙ୍କୁ ଏମ୍‌ଏସ୍‌ଏମ୍‌ଇ, କଳିକେଶ ନାରାୟଣ ସିଂହଦେଓଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପ୍ରଦୀପ କୁମାର ଦିଶାରୀଙ୍କୁ ଅନୁସୂଚିତ ଜାତି ବ୍ୟାପାର, ଚକ୍ରମଣି କହଁରଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ଦିବ୍ୟ ରଞ୍ଜନ ତ୍ରିପାଠୀଙ୍କୁ ଗ୍ରାମ୍ୟ ଉନ୍ନୟନ, ସୌଭିକ ବିଶ୍ୱାଳଙ୍କୁ ଏସ୍‌ଏସ୍‌ଇପିଡି, ପ୍ରଶାନ୍ତ ବେହେରାଙ୍କୁ ଅବକାରୀ, ଧୃବଚରଣ ସାହୁଙ୍କୁ ପର୍ଯ୍ୟଟନ, ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅନନ୍ତ ନାରାୟଣ ଜେନା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସୁଶାନ୍ତ କୁମାର ରାଉତଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର କାର୍ଯ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ବାଣିଜ୍ୟ ଓ ପରିବହନଳ ରମେଶ ଚନ୍ଦ୍ର ବେହେରାଙ୍କୁ ଉଚ୍ଚ ଶିକ୍ଷା, ରୋହିତ ଯୋଶେଫ ତିର୍କୀଙ୍କୁ ସଂଖ୍ୟାଲଘୁ ବ୍ୟାପାର, ସୁଦର୍ଶନ ହରିପାଲ ହସ୍ତତନ୍ତ, ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଯୋଜନା, ଅଭିମନ୍ୟୁ ସେଠୀଙ୍କୁ ୱାର୍କ୍ସ, ଗୌତମ ବୁଦ୍ଧ ଦାସଙ୍କୁ ସୂଚନା ଓ ଲୋକ ସଂପର୍କ, ସୁବାସିନୀ ଜେନାଙ୍କୂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ମାଧବ ଧଡ଼ାଙ୍କୁ ବିଜ୍ଞାନ ଓ ବୈଷୟିକ, ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଶ୍ରମ ଓ ଇଏସ୍‌ଆଇ, ସୁଜାତା ସାହୁ ମିଶନ ଶକ୍ତି, ନଳିନୀକାନ୍ତ ପ୍ରଧାନଙ୍କୁ ଗୃଯ ଓ ନଗର ଉନ୍ନୟନ, ମନୋରମା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ, ଅରବିନ୍ଦ ମହାପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ରମାକାନ୍ତ ଭୋଇଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାରଦା ପ୍ରସନ୍ନ ଜେନାଙ୍କୁ ସମନ୍ୱୟ, ସୁନୀଲ କୁମାର ମହାନ୍ତିଙ୍କୁ ପର୍ଯ୍ୟଟନ, ନବ କିଶୋର ମଲ୍ଲିକଙ୍କୁ ଗ୍ରାମୀଣ ବିକାଶ, ପ୍ରଦୀପ କୁମାର ସାହୁଙ୍କୁ ଗୃହ ଓ ନଗର ଉନ୍ନୟନ ଏବଂ ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି।

ବିଧାନସଭାରେ ବିରୋଧୀ ବିଜୁ ଜନତା ଦଳକୁ ଅଧିକ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରିବାରେ ଏହା ସହାୟକ ହେବ ବୋଲି ନବୀନ ପଟ୍ଟନାୟକ ଆଶା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+