ବଢ଼ିଲା ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିବାଦ, ହାଇକୋର୍ଟ ଗଲେ ଦିଲ୍ଲୀପ
ବଢ଼ିଲା ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ବିବାଦ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ। ରାଉରକେଲାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ ଦାୟର କଲେ ନିର୍ବାଚନୀ ମାମଲା। ସାରଦା ନିଜ ନାମାଙ୍କନ ପତ୍ରରେ ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଦିଲ୍ଲୀପ ଏହି ମାମଲା ଦାୟର କରିଛନ୍ତି।

ନାମାଙ୍କନ ସମୟରେ ସାରଦା ନିଜ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲା ବିଷୟରେ ତଥ୍ୟ ଲୁଚାଇବା ସହ ନିଜର ସ୍ଥାବର/ଅସ୍ଥାବର ସମ୍ପତ୍ତିର ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ ପୂର୍ବରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇଥିଲା।
ସେହି ଅଭିଯୋଗକୁ ଅଣଦେଖା କରାଯାଇଥିବା ଦିଲ୍ଲୀପ ଆବେଦନରେ ଦର୍ଶାଇଛନ୍ତି। ନାମାଙ୍କନ ପତ୍ରରେ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ସାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ଦିଲ୍ଲୀପ ରାୟ।
ସୂଚନାରୁ ପ୍ରକାଶ, ଗତ ସାଧାରଣ ନିର୍ବାଚନରେ ରାଉରକେଲା ନିର୍ବାଚନମଣ୍ଡଳୀରେ ବିଜେପିର ଦିଲ୍ଲୀପ ରାୟଙ୍କୁ ବିଜେଡିର ସାରଦା ନାୟକ ପରାସ୍ତ କରିଛନ୍ତି।
ସୂଚନା ଅନୁସାରେ, ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନ ୨୦୨୪ର ପ୍ରାର୍ଥିପତ୍ର ଦାଖଲ ବେଳେ ସାରଦା ମିଥ୍ୟା ସତ୍ୟପାଠ ଦେଇଛନ୍ତି। ସେଥିରେ ସେ ନିଜ ସମ୍ପତ୍ତି ସଂକ୍ରାନ୍ତୀୟ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହାନ୍ତି। ଏଥିସହ ତାଙ୍କ ନାମରେ ରହିଥିବା ବିଭିନ୍ନ ଅପରାଧିକ ମାମଲାର ଠିକ୍ ତଥ୍ୟ ମଧ୍ୟ ସେ ଦେଇନାହାନ୍ତି। ହାଇକୋର୍ଟ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ତାଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଆବେଦନକାରୀ ନିଜର ଯୁକ୍ତି ଦର୍ଶାଇଛନ୍ତି।












Click it and Unblock the Notifications