କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଶପଥ ନେଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ । ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ । ୨୦ ତାରିଖରେ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା କରିବେ ।
ଆସନ୍ତା ଜୁନ୍ ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ । ଏଥିସହିତ ଏହା ପୂର୍ବରୁ ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ ।

ତେବେ ରାଜ୍ୟରେ ବିଜେପି ସରକାର ଗଠନ କରିସାରିଛି । ବିଧାନସଭାରେ ମଧ୍ୟ ସଂଖ୍ୟାଗରିଷ୍ଠତା ଥିବାରୁ ବିଜେପିର ନେତା ହିଁ ବାଚସ୍ପତି ହେବା ଏକପ୍ରକାର ଧାର୍ଯ୍ୟ । ଅନ୍ୟପଟେ ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ହେବେ ବୋଲି ପୂର୍ବରୁ ଘୋଷଣା ହେଇସାରିଛି । ହେଲେ ବିଧି ମୁତାବକ, ଜୁନ୍ ୨୦ ତାରିଖରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି ।
ରାଜ୍ୟରେ ବିଜେପି ଯୁଗ ଆରମ୍ଭ । ବିଜେପି ବିଧାୟକ ଦଳ ନେତା ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨ଜଣ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା , ୮ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଶପଥ ନେଇଛନ୍ତି ।
ତେବେ ମନ୍ତ୍ରିମଣ୍ଡଳରେ ମୋଟ ୧୩ଟି ଜିଲ୍ଲାକୁ ପ୍ରତିନିଧିତ୍ୱ ମିଳିଥିବାବେଳେ ପ୍ରଥମଥର ଜିତିଥିବା ୭ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଏକମାତ୍ର ମହିଳା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ମିଶାଇଲେ ପ୍ରଥମଥର ଜିତି ମନ୍ତ୍ରୀ ହୋଇଥିବା ବିଧାୟକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୪ଜଣ ଅନୁସୂଚିତ ଜନଜାତିର ଏବଂ ୨ଜଣ ଅନୁସୂଚିତ ଜାତି ବର୍ଗର ରହିଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ଆଉ ୬ଟି ମନ୍ତ୍ରୀ ପଦ ଖାଲି ରହିଛି । ମୋହନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ସମସ୍ତ ମନ୍ତ୍ରୀଙ୍କ ହାରାହାରି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ । ଆଉ ସବୁଠୁ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ କେଭି ସିଂହଦେଓ ଓ କମ୍ ବୟସର ମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜ ରହିଛନ୍ତି ।
ମୋହନ ମାଝୀଙ୍କ ସରକାରରେ ପ୍ରଥମଥର ପାଇଁ ବିଧାନସଭାକୁ ଜିତି ଉପମୁଖ୍ୟ ଭାବେ ପ୍ରଭାତୀ ପରିଡ଼ା ଏବଂ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ବିଭୂତିଭୂଷଣ ଜେନା ଓ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି ।
ମୋଟ୍ ୮ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ୪ଜଣ ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର ଓ ମୁକେଶ ମହାଲିଙ୍ଗଙ୍କର ପୂର୍ବରୁ ବିଧାନସଭାରେ ଅଭିଜ୍ଞତା ରହିଛି ।
ସେହିପରି ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ଶପଥ ନେଇଥିବା ୫ଜଣ ମନ୍ତ୍ରୀଙ୍କ ମଧ୍ୟରେ ୩ଜଣ ସମ୍ପୂର୍ଣ୍ଣ ନବାଗତ । ପ୍ରଦୀପବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚରଣ ସ୍ୱାଇଁ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଗଣେଶରାମ ସିଂ ଖୁଣ୍ଟିଆ ଓ ସୂର୍ଯ୍ୟବଂଶୀ ସୂରଜଙ୍କ ପୂର୍ବରୁ ବିଧାନସଭାରେ ଅଭିଜ୍ଞତା ରହିଛି ।
ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଓ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।
ସେହିପରି କ୍ୟାବିନେଟ୍ ମନ୍ତ୍ରୀ ସୁରେଶ ପୂଜାରୀ (ବ୍ରଜରାଜନଗର) ଝାରସୁଗୁଡ଼ା ଜିଲ୍ଲା, ରବିନାରାୟଣ ନାଏକ (କୁଚିଣ୍ଡା) ସମ୍ବଲପୁର, ନିତ୍ୟାନନ୍ଦ ଗଣ୍ଡ (ଉମରକୋଟ) ନବରଙ୍ଗପୁର, କୃଷ୍ଣଚନ୍ଦ୍ର ପାତ୍ର (ଢେଙ୍କାନାଳ ସଦର) ଢେଙ୍କାନାଳ, ପୃଥ୍ୱୀରାଜ ହରିଚନ୍ଦନ (ଚିଲିକା)ଖୋର୍ଦ୍ଧା, ଡଃ ମୁକେଶ ମହାଲିଙ୍ଗ (ଲୋଇସିଂହା)ବଲାଙ୍ଗୀର, ବିଭୂତିଭୂଷଣ ଜେନା (ଗୋପାଳପୁର)ଗଞ୍ଜାମ ଓ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର (ମୋରଡ଼ା) ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଗଣେଶରାମ ସିଂ ଖୁଂଟିଆ (ଯଶୀପୁର) ମୟୂରଭଞ୍ଜ, ସୂର୍ଯ୍ୟବଂଶୀ ସୂରଜ (ଧାମନଗର)ଭଦ୍ରକ, ପ୍ରଦୀପବଳ ସାମନ୍ତ (ସୁକିନ୍ଦା) ଯାଜପୁର, ଗୋକୁଳାନନ୍ଦ ମଲ୍ଲିକ (ପୋଲସରା) ଗଞ୍ଜାମ ଓ ସମ୍ପଦ ଚନ୍ଦ୍ର ସ୍ୱାଇଁ (ପାରାଦୀପ)ଜଗତସିଂହପୁର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।
ମୋହନଙ୍କ ମନ୍ତ୍ରିମଣ୍ଡଳରେ ଗଞ୍ଜାମ, ମୟୂରଭଞ୍ଜ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ପ୍ରତିନିଧିତ୍ୱ କରୁଥିବାବେଳେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ପଦ, ପୁରୀକୁ ଉପମୁଖ୍ୟମନ୍ତ୍ରୀ ଏବଂ ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ନବରଙ୍ଗପୁର,ସମ୍ବଲପୁର ଓ ଝାରସୁଗୁଡ଼ାକୁ ଜଣେ ଲେଖାଁଏ ମନ୍ତ୍ରୀପଦ ମିଳିଛି ।
ସେହିପରି ମୋହନଙ୍କ ମନ୍ତ୍ରିମଣ୍ଡଳରେ ଆଦିବାସୀ ଚେହେରା ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, ଓ ଗଣେଶରାମ ସିଂ ଖୁଣ୍ଟିଆ ଥିବାବେଳେ ଅନୁସୂଚିତ ଜାତି ଚେହେରା ଭାବେ ମୁକେଶ ମହାଲିଙ୍ଗ ଓ ସୂର୍ଯ୍ୟବଂଶୀ ସୂରଜ ରହିଛନ୍ତି ।
○ଆଜିର ଶପଥ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡ଼କରୀ, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ରାଜ୍ୟର ସମସ୍ତ ଦଳୀୟ ସାଂସଦ ଏବଂ ବିଜେପିଶାସିତ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ହଜାର ହଜାର ଜନତାଙ୍କ ଉପସ୍ଥିତିରେ ଏହି ଶପଥ ସମାରୋହ ଅନୁଷ୍ଠିତ ହୋଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications