ଜୁଲାଇ ୨୦ରେ ବିଜେଡି ବିଧାୟକ ଦଳ ବୈଠକ
BJD MLA Meeting: ଜୁଲାଇ ୨୦ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି ବୈଠକ ବସିବ । ତେବେ ଏହି ବୈଠକରେ ବିଧାନସଭା ନେଇ ପ୍ରସ୍ତୁତ ହେବ ରଣନୀତି ।

ସୂଚନା ଅନୁସାରେ, ଜୁଲାଇ ୨୦ ତାରିଖ ସନ୍ଧ୍ୟାରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସାଂସଦଙ୍କ ବୈଠକ ଅନୁଷ୍ଠିତ ହେବ । ତେବେ ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି, ଏପରି ସ୍ଥିତିରେ ଦଳର ଭୂମିକା କ'ଣ ରହିବ ସେନେଇ ଆଲୋଚନା ହେବ । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧି ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବା ନେଇ ସୂଚନା ରହିଛି ।












Click it and Unblock the Notifications