Get Updates
Get notified of breaking news, exclusive insights, and must-see stories!

ରାଜଭବନ ଗଲା ବିଧାନସଭା ପ୍ରସଙ୍ଗ, ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲେ ବିଜେଡି ବିଧାୟକ

ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଫେରାଦ ହେବାକୁ ରାଜଭବନ ଗଲେ ବିଜେଡି ବିଧାୟକ । ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଲେ ବିଜେଡି ବିଧାୟକ ।

ଭୁବନେଶ୍ବର: ବିଧାନସଭା ପରେ ରାଜଭବନ ରାଜରାସ୍ତାରେ ବିଜେଡିର ବିରୋଧ ପ୍ରଦର୍ଶନ । ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଫେରାଦ ହେବାକୁ ରାଜଭବନ ଗଲେ ବିଜେଡି ବିଧାୟକ । ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଲେ ବିଜେଡି ବିଧାୟକ ।

BJD MLA

ସେପଟେ ସୁବାସ ପାଣିଗ୍ରାହୀଙ୍କ ଗୃହରେ ଆତ୍ମହତ୍ୟା ଉଦ୍ୟମ କରିବା ମାମଲାରେ ବିଧାନସଭାରେ ଆଜି ଅଚଳାବସ୍ଥା ଜାରି ରହିଥିଲା । ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଆଜି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ବିଜେଡି ବିଧାୟକ ।

BJD MLA

ତେବେ ବିଜେପି ବିଧାୟକ କ୍ଷମା ମାଗିବା ସହ ଭବିଷ୍ୟତ ପାଇଁ ସଠିକ ବାର୍ତା ଦିଅନ୍ତୁ ବୋଲି ଦାବି କଲେ ବିଜେଡି ବିଧାୟକ । ସେପଟେ କ୍ଷମା ମାଗିବେ ନାହିଁ ବୋଲି ଜିଦରେ ଅଡି ବସିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+