ମୋହନ ସରାକରଙ୍କୁ କଟାକ୍ଷ କଲେ ଅରୁଣ, କହିଲେ ବିଜେପି ସରକାର ଚଳାଇବାରେ ଅକ୍ଷମ
ଭୁବେନେଶ୍ୱର: ରାଜ୍ୟ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମଙ୍ଗଳବାର ବିଜେଡି ବିଧାୟକମାନେ ଆକ୍ଟିଭମୋଡକୁ ଆସିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ, ଆଜି ସମାନ ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଛନ୍ତି । ଆଜି ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖି ବିଜେପି ସରକାର ଚଳାଇବାରେ ଅକ୍ଷମ ବୋଲି କହିଛନ୍ତି ।
ଅରୁଣ କହିଛନ୍ତି, ବିଜେପି ନୂଆ କରି ସରକାରୀ ଦଳକୁ ଆସିଛି । ଏଣୁ ଠିକ୍ ଭାବେ ନିୟମ ଏବଂ ପ୍ରଣାଳୀ ଜାଣି ନାହାନ୍ତି, ଭଲ ଭାବେ ପଢ଼ନ୍ତୁ । ସରକାରୀ ଦଳର କାମ ହେଉଛି ବିଧାନସଭା ସୁରୁଖୁରୁରେ ଚଳାଇବା । ଏଥିଲାଗି ପ୍ରଥମେ ବ୍ୟବସାୟ ପରାମର୍ଶଦାତା କମିଟି ଗଠନ କରିବା କଥା । ତାହା ଗତକାଲିଠାରୁ ହୋଇ ନ ପାରିବା ଦୁଃଖ ଓ ପରିତାପର ବିଷୟ । କହିବାକୁ ଗଲେ ଭାଜପା ସରକାର ଚଳାଇବାରେ ଅକ୍ଷମ ବୋଲି ସେ କହିଛନ୍ତି ।

ଅନ୍ୟପଟେ ପ୍ରମିଳା ଅଭିଯୋଗ କରିଛନ୍ତି, ଗତ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଲେ । ହେଲେ ତଦନ୍ତ କରାଗଲାନି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏଏସଓଙ୍କ ସହ କଣ ଆଲୋଚନା କଲେ ତାହା ଜଣାପଡିଲାନି । ଓଲଟି ଏଏସଓଙ୍କୁ ବଦଳି କରିଦିଆଗଲା । ଏଏସଓଙ୍କୁ ମାଡମାରିବା ପରେ ବି ନ୍ୟା ମିଳୁନି । ଘଟଣାରେ ଆଇନମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ଆଇନ ମନ୍ତ୍ରୀ କହୁଛନ୍ତି, ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି । କେଉଁଠି ଫୌଜଦାରୀ ମାମଲା ଜିଲ୍ଲାପାଳ ତଦନ୍ତ କରନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ।












Click it and Unblock the Notifications