ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ୱର: ଆରମ୍ଭ ହେଲା ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କିଏ ବିରୋଧୀ ଦଳ ନୋତା ହେବେ ସେନେଇ ବଡ଼ ନିଷ୍ପତ୍ତି ଆସିବ । ଏହି ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଏଥିସହିତ ଦଳ ପରାଜୟର କାରଣ ନେଇ ମଧ୍ୟ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହେବ ବୋଲି ସୂଚନା ମିଳିଛି । ବୈଠକରେ ବିଜେଡି ଉପସଭାପତି ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଦେବୀ ତ୍ରିପାଠୀ, ରାଜେନ୍ଦ୍ର ଢୋଲକିଆ, ଅଶୋକ ପଣ୍ଡା, ସଂଜୟ ଦାସବର୍ମା, ଶଶୀଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ବିଏମ୍ସି ମେୟର ସୁଲୋଚନା ଦାସ ଉପସ୍ଥିତ ଅଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନିର୍ବାଚିତ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇପାରେ ।












Click it and Unblock the Notifications